ଶହେ ବର୍ଷର ପରମ୍ପରା ଭଙ୍ଗ -ବନ୍ଦ ହେଲା କେନ୍ଦୁଝର ଭଣ୍ଡାରିଡିହାର ପ୍ରସିଦ୍ଧ ଖୁଦୁରୁକୁଣୀ ମେଲଣ

Published By : Prameya-News7 Bureau | September 16, 2019 IST


କେନ୍ଦୁଝର ୧୬।୦୯- ଶହେ ବର୍ଷର ପରମ୍ପରା ଭଙ୍ଗ -ବନ୍ଦ ହେଲା କେନ୍ଦୁଝର ଭଣ୍ଡାରିଡିହାର ପ୍ରସିଦ୍ଧ ଖୁଦୁରୁକୁଣୀ ମେଲଣ । ଏକ ଘଟଣା କ୍ରମରେ କେନ୍ଦୁଝର ଜିଲ୍ଲାର ଭଣ୍ଡାରିଡିହାର ପ୍ରସିଦ୍ଧ ଖୁଦୁରୁକୁଣୀ ମେଲଣକୁ ଘସିପୁରା ପୋଲିସ ବନ୍ଦ କରିଦେଇଛି । ରଵିବାର ରାତିର ଏକ ମାରପିଟ ଘଟଣାକୁ କେନ୍ଦ୍ର କରି ସୋମବାର ଦୁଇ ପକ୍ଷ ଥାନାରେ ଏତାଲା ଦିଆଯାଇଛି ।

ଏହା ପରେ ପୋଲିସ ଜୋରଜବରସ୍ତ ମେଲଣ ର ଭସାଣ ଶୋଭାଯାତ୍ରାକୁ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି ।ଅନେକ ଅମଳରୁ ଚାଲିଆସିଥିବା ଏହି ପରମ୍ପରା ରେ ବ୍ୟାଘାତ ସ୍ଥାନୀୟ ଲୋକଙ୍କ ସହିତ ଆଖପାଖର ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି । ଏହି ମେଲଣକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ବନ୍ଧୁ ବାନ୍ଧବ ଆସିଥାଆନ୍ତି । ଏହା ବନ୍ଦ ହେବା ଯୋଗୁଁ ଘରେ ଘରେ ବନ୍ଧୁବାନ୍ଧବ ଓ କୁଣିଆଙ୍କ ସମାଗସମକୁ ଏହା ଫିକା କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.