ସରିଲା ଯାଞ୍ଚ, ଚାଲିଲା ପ୍ରଚାର, ଭଦ୍ରକରେ ୧୦ ହଜାର ୧୪ ନାମାଙ୍କନ ପତ୍ର ଦାଖଲ, ୪୪୧ ନାକଚ

Published By : Prameya-News7 Bureau | January 23, 2022 IST

ଭଦ୍ରକ, ୨୩।୦୧: ସରିଲା ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା । ଅନେକ ସ୍ଥାନରେ ପ୍ରଥମ ଥର ରାଜନୀତିରେ ନାମାଙ୍କନ ଭରିଥିବା ପ୍ରାର୍ଥୀ ଆଶ୍ୱସ୍ଥ ହୋଇଛନ୍ତି । ତେବେ ଗାଁ ଗାଁ ରେ ଏବେ ପ୍ରଚାର ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାର ୭ ଟି ବ୍ଲକର ୨୧୮ ଗ୍ରାମ ପଞ୍ଚାୟତରେ ନିର୍ବାଚନ ଅନୁଷ୍ଠିତ ହେବ । ସମୁଦାୟ ୧୧ ଲକ୍ଷ ୮ ହଜାର ୪ ସହ ୨୭ ଭୋଟର ପ୍ରାର୍ଥୀ ଚୟନ କରିବେ ।

ତେବେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ୨୫ ତାରିଖ ପରେ କେତେ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ନିର୍ବାଚନ ଲଢ଼ିବେ ସେ ନେଇ ସ୍ପଷ୍ଟ ହେବ । ଏଥର କୋଭିଡ଼ ପାଇଁ ନିରାଡ଼ମ୍ବର ଭାବେ ପ୍ରଚାର ହେଉଛି । ପ୍ରାର୍ଥୀମାନେ ସୀମିତ ସଂଖ୍ୟାରେ ଦ୍ୱାରଦ୍ୱାର ବୁଲି ଭୋଟ ମାଗିବା ଆରମ୍ଭ କଲେଣି । ଅନ୍ୟପଟେ ନାମାଙ୍କନ ଯାଞ୍ଚ ପରେ ଭଦ୍ରକ ଜିଲ୍ଲାରେ ୧୦ ହଜାର ୧୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୪୪୧ ପ୍ରାର୍ଥୀପତ୍ର ନାକଚ ହୋଇଛି ।ବର୍ତ୍ତମାନ ସୁଧା ୭ ହଜାର ୩ ସହ ୮୫ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ, ୧୧ ସହ ୪୨ ଜଣ ସରପଞ୍ଚ ପ୍ରାର୍ଥୀ, ୮ ଶହ ୯୯ ଜଣ ସମିତିସଭ୍ୟ ଓ ୧୪୭ ଜଣ ଜିଲ୍ଲା ପରିଷଦ ସଦସ୍ୟ ପଦ ପାଇଁ ନାମାଙ୍କନ ଯାଞ୍ଚ ପରେ ତାଲିକା ପ୍ରକାଶ ପାଇଛି । ତେବେ ଭଦ୍ରକ ଜିଲ୍ଲାରେ ୨୮ ଜିଲ୍ଲା ପରିଷଦ ଜୋନ, ୨୧୮ଟି ପଂଚାୟତ ଓ ୩୦୫୬ ୱାର୍ଡ ମେମ୍ବର ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.