Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆସିଲା ନୂଆ ନିୟମ,ଆମ୍ବୁଲାନ୍ସକୁ ଅଟକାଇଲେ ୧୦ହଜାର ଫାଇନ୍,ଗିରଫ ହେବେ ଡ୍ରାଇଭର

ଭୁବନେଶ୍ବର ୧୪/୨: ରାଜଧାନୀ ଟ୍ରାଫିକ୍‌ ଜାମ ଯୋଗୁଁ ଆମ୍ବୁଲାନ୍ସରେ ୫ବର୍ଷର ଶିଶୁର ମୃତ୍ୟୁ ଘଟଣାରେ ଅପବାଦ ମୁଣ୍ଡାଇବା ପରେ ସ୍ପଷ୍ଟୀକରଣ ଦେଇଛି କମିଶନରେଟ୍‌ ପୋଲିସ । ସିସିଟିଭି ଫୁଟେଜ୍‌ ଦେଖାଇ କ୍ୟାପିଟାଲ ହସ୍ପିଟାଲରୁ କିମ୍‌ସ୍‌ ହସ୍ପିଟାଲରେ ଆମ୍ବୁଲାନ୍‌ସଟି ପହଞ୍ଚିବାକୁ ଘଣ୍ଟାଏ ୨୦ମିନିଟ୍‌ ନୁହେଁ ବରଂ ୨୨ମିନିଟ୍‌ ୩୮ସେକେଣ୍ଡ ସମୟ ଲାଗିଥିଲା ବୋଲି କହିଛି । ସେପଟେ  ରାସ୍ତାରେ ଆମ୍ବୁଲାନ୍‌ସ୍‌ ବାଟ ନଛାଡ଼ିଲେ ଗାଡ଼ି ଚାଳକଙ୍କୁ ୧୦ହଜାର ଟଙ୍କା ଫାଇନ୍‌ ସହ ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ତାଗିଦ୍‌ କରିଛି ।

ଅପବାଦ ଏବଂ ମାନବାଧିକାର କମିଶନ ଅଧ୍ୟକ୍ଷାଙ୍କ ତନାଘନା ପରେ ସାମ୍ନାକୁ ଆସିଛି କମିଶନରେଟ୍‌ ପୋଲିସର ସ୍ପଷ୍ଟୀକରଣ । ରାଜଧାନୀରେ ଟ୍ରାଫିକ୍‌ ଜାମ ଯୋଗୁଁ ଆମ୍ବୁଲାନ୍ସରେ ୫ବର୍ଷର ଶିଶୁର ମୃତ୍ୟୁ ଘଟଣାରେ ସିସିଟିଭି ଫୁଟେଜ୍‌ ଦେଖାଇ କ୍ୟାପିଟାଲ ହସ୍ପିଟାଲରୁ କିମ୍‌ସ୍‌ ହସ୍ପିଟାଲରେ ଆମ୍ବୁଲାନ୍‌ସଟି ପହଞ୍ଚିବାକୁ ଘଣ୍ଟାଏ ୨୦ମିନିଟ୍‌ ନୁହେଁ ବରଂ ୨୨ମିନିଟ୍‌ ୩୮ସେକେଣ୍ଡ ସମୟ ଲାଗିଥିଲା ବୋଲି ସ୍ପଷ୍ଟୀକରଣ ଦେଇଛି । ଟ୍ବିଟରରେ ରାଜଧାନୀରେ ବିଭିନ୍ନ ଛକ ଦେଇ ଆମ୍ବୁଲାନ୍‌ସ୍‌ କ୍ରସ୍‌ କରିଥିବା ସମୟର ବିବରଣୀ ଦେଇଛି ଖୋଦ୍‌ କମିଶନରେଟ୍‌ ପୋଲିସ । ସେପଟେ ଏଣିକି ରାସ୍ତାରେ ଯାଉଥିବା ଆମ୍ବୁଲାନ୍‌ସ୍‌କୁ ବାଟ ନଛାଡ଼ିଲେ ୧୦ହଜାର ଟଙ୍କା ଫାଇନ୍‌ ସହ ଆବଶ୍ୟକ ପଡ଼ିଲେ ଗାଡ଼ି ଚାଳକଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି । ଏନେଇ ଲୋକଙ୍କୁ ମଧ୍ୟ ସଚେତନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ରାସ୍ତାରେ ଆମ୍ବୁଲାନ୍‌ସ୍‌କୁ ବାଟଛାଡ଼ିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି ପୋଲିସ କମିଶନର କହିଥିଲେ ମଧ୍ୟ ମୁଖ୍ୟ ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି ।

ଏଣିକି ଆମ୍ବୁଲାନ୍‌ସ୍‌କୁ ତୁରନ୍ତ ବାଟ ଛାଡ଼ିବାକୁ ଲୋକଙ୍କୁ ବୁଝାଇବେ । ହେଲେ ପ୍ରକୃତରେ କେଉଁ କାରଣରୁ କ୍ୟାପିଟାଲ ହସ୍ପିଟାଲରୁ କିମ୍‌ସ୍‌ ହସ୍ପିଟାଲ ଭିତରେ ଆମ୍ବୁଲାନ୍‌ସ୍‌ ଭିତରେ ୫ବର୍ଷର ଶିଶୁର ଜୀବନ ଚାଲିଗଲା ସେ ସମ୍ପର୍କ​‌ରେ କେହି କିଛି କହିବାକୁ ନାରାଜ୍‌ ।

   Related Posts