ପ୍ରତିଷ୍ଠା ହେବ ୧୦ ହଜାର ସିଏନଜି ଷ୍ଟେସନ: ଧର୍ମେନ୍ଦ୍ର

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ୧/୧୨: ମହାରାଷ୍ଟ୍ରର ପାଥରାଡ଼ିରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଲଏନଜି/ସିଏନଜି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ୧୦୦ ତମ ସିଏନଜି ଷ୍ଟେସନ, ଯାହାକି ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଦେଶରେ ଆଗାମୀ ଦିନରେ ଆଉ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା ହେବ।

ଏହାସହ ୫ କୋଟିର ପିଏନଜି ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି । ଲକ୍ଷ୍ୟ ପୂରଣ ପାଇଁ ସିଜିଡି ସଂସ୍ଥା ଓ ତୈଳ କମ୍ପାନୀମାନଙ୍କୁ ଆହ୍ୱାନ ଦିଆଯାଇଛି । ଫଳରେ ଆଗାମୀ ଦିନରେ ଦେଶରେ ବୃହତ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ବର୍ତ୍ତମାନ ସମୟରେ ପ୍ରାକୃତିକ ଗ୍ୟାସ ବ୍ୟବହାର ପାଇଁ ସିଜିଡି କ୍ଷେତ୍ର ଏକ ପ୍ରମୁଖ ଶିଳ୍ପ ଭାବେ ଉଭା ହୋଇଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.