ଅନ୍ଧବିଶ୍ବାସ ନା ଅଲୌକିକ : ଜ୍ୟୋତିଷଙ୍କ ଗଣନା ଠିକ ହେଲା, ବଙ୍ଗଳା ତଳୁ ବାହାରିଲା ହଜାରେ ବର୍ଷ ପୁରୁଣା ସର୍ପ ଦେବତାଙ୍କ ମୂର୍ତ୍ତି

Published By : Prameya-News7 Bureau | November 20, 2018 IST

ଉଡୁ଼ପି ୨୦/୧୧ : ଚମତ୍କାର ଏବଂ ପୌରାଣିକ କଥା ବେଳେବେଳେ ଅନ୍ଧ ବିଶ୍ୱାସ ଭଳି ଲାଗେ | କିନ୍ତୁ କେତେବେଳେ କେମିତି ଏହା ସତ୍ୟ ପ୍ରମାଣିତ ହୋଇଥାଏ | କର୍ଣ୍ଣାଟକ ରାଜ୍ୟର ହେଵରୀ ତାଲୁକ ଅଂଚଳର ମୁଦ୍ରାଡି ଗାଁରେ ଘଟିଛି ଏମିତି ଏକ ଘଟଣା ଯାହାକୁ ନେଇ ପ୍ରଶ୍ନ ଉଠିଛି "ଏହା କଣ ସତରେ ସମ୍ଭବ ?" ଗଙ୍ଗାଧର ସେଟ୍ଟୀ ନାମକ ଜଣେ ବ୍ୟବସାୟୀ ମୁମ୍ବାଇରେ ନିଜର ଟ୍ରାନ୍ସପୋର୍ଟ ବ୍ୟବସାୟ କରନ୍ତି | ଏହି ବ୍ୟବସାୟରେ ଉଭୟ ନାଁ ଏବଂ ପଇସା ଉପାର୍ଜନ ପରେ ହେଵରୀ ଅଂଚଳରେ ଏକ ବଙ୍ଗଳା ତିଆରି କରିଥିଲେ | ନିଜ ସ୍ବପ୍ନ ଘର ତିଆରି ହୋଇଗଲା | ପୁରା ପରିବାରକୁ ନେଇ ଗଙ୍ଗାଧର ନୂଆ ବଙ୍ଗଳାରେ ରହିବା ଆରମ୍ଭ କଲେ | କିନ୍ତୁ ନୂଆ ଘରେ ରହିବା ପରେ ପରିବାରରେ ସବୁବେଳେ ଅଶାନ୍ତି ଦେଖାଦେଇଥିଲା | ପରିବାରରେ କେହି ମଧ୍ୟ ଖୁସି ନଥିଲେ | ସେପଟେ ବ୍ୟବସାୟରେ ମଧ୍ୟ କ୍ଷତି ହେବାକୁ ଲାଗିଲା | ଏହି ସବୁ ଦେଖି ଗଙ୍ଗାଧର ବିବ୍ରତ ହୋଇପଡିଥିଲେ | ଶେଷରେ, ଗଙ୍ଗାଧର ତିର୍ଥହାଲ୍ଲୀର ଜଣେ ନାମୀ ଜ୍ୟୋତିଷ ନାଗରାଜ ଭଟ୍ଟଙ୍କ ସହ ଯୋଗାଯୋଗ କରିଥିଲେ | ନଟରାଜ ଭଟ୍ଟ ଜଣେ ସର୍ପ ଦେବତାଙ୍କ ଭକ୍ତ | ନଟରାଜ ନିଜ ଗଣନା ଅନୁସାରେ ଏକ ଫଟୋ ଆଙ୍କିଥିଲେ | ସେହି ଫଟୋ ଗଙ୍ଗାଧରଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା | ଜ୍ୟୋତିଷ ନାଗରାଜ ଭଟ୍ଟ କହିଥିଲେ ଯେ, ବଙ୍ଗଳାର ବୈଠକ ଘରେ ଠିକ ୬ ଫୁଟ ତଳେ ପଥରାକୃତି ଏକ ସର୍ପ ଦେବତା ଅଛନ୍ତି | ଯାହା ଫଳରେ ଘରେ ଅଶାନ୍ତି ଲାଗି ରହିଛି ଏବଂ ପରିବାର ବିଭିନ୍ନ ସମସ୍ୟା ଦେଇ ଗତି କରୁଛି | ଜ୍ୟୋତିଷଙ୍କ କଥା ଶୁଣି ଗଙ୍ଗାଧର କିଛି ଶ୍ରମିକଙ୍କୁ ଘରର ସେହି ସ୍ଥାନକୁ ଖୋଳିବାକୁ କହିଥିଲେ | ଶ୍ରମିକମାନେ ଖୋଳିବା ଆରମ୍ଭ କରିଥିଲେ | ଠିକ ୬ଫୁଟ ତଳେ ପଥରର ସର୍ପାକୃତୀ ଦେବତାଙ୍କ ପ୍ରତିମୂର୍ତ୍ତି ମିଳିଥିଲା | ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏହି ପଥର ହଜାରେ ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.