Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଏଣିକି ଏଲପିଜି ସିଲିଣ୍ଡର ପାଇଁ ୧୦୦୦ ଟଙ୍କା ଦେବାକୁ ପଡ଼ିବ ! ଜାଣନ୍ତୁ କଣ ରହିଛି ସରକାରଙ୍କ ଯୋଜନା

8/11/2021 at 8:03 PM

ନୂଆଦିଲ୍ଲୀ ୦୮/୧୧: ଦେଶରେ ପେଟ୍ରୋଲ୍‌ ଏବଂ ଡିଜେଲ ଦର ହ୍ରାସ ସାମାନ୍ୟ ଆଶ୍ବସ୍ତି ଦେଇଛି ସତ କିନ୍ତୁ ସରକାରଙ୍କ ଆଉ ଏକ ନିଷ୍ପତ୍ତି ଦେଶବାସୀଙ୍କୁ ଶକ୍ତ ଧକ୍କା ଦେଇପାରେ । ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ, ଏବେ ଲୋକମାନେ ପ୍ରତି ଏଲପିଜି ସିଲିଣ୍ଡର ୧୦୦୦ ଟଙ୍କା ଦେଇ କିଣିବେ। ସବସିଡି ସମ୍ପୂର୍ଣ୍ଣ ଭାବେ ସାମପ୍ତ କରିବାକୁ ସରକାର ଯୋଜନା କରୁଥିବା କୁହାଯାଉଛି। କିନ୍ତୁ ଏନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।

ମୋଦୀ ସରକାର ଏଲପିଜି ସିଲିଣ୍ଡର ଉପରେ ସବ୍‌ସିଡି ପ୍ରସଙ୍ଗକୁ ନେଇ ବହୁ ବାର  ଚର୍ଚ୍ଚା କରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ , ଏନେଇ ସରକାରଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ଗୋଟିଏ ହେଉଛି ବିନା ସବ୍‌ସିଡିରେ ଲୋକେ ସିଲିଣ୍ଡର କିଣିବେ ଅନ୍ୟଟି ହେଉଛି କିଛି ଗ୍ରାହକଙ୍କୁ କମ୍‌ ମୂଲ୍ୟରେ ଗ୍ୟାସ ଯୋଗାଇବା ଜାରି ରହିବ। ଏଲପିଜି ସିଲିଣ୍ଡର ଉପ​‌ରେ ସବସିଡିକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସଙ୍କେତ ମିଳି ନାହିଁ। ସେପଟେ ବାର୍ଷିକ ୧୦ ଲକ୍ଷ ଆୟ ନିୟମ ଲାଗୁ ରହିବ। ଏହା ବ୍ୟତୀତ ଉଜ୍ଜ୍ବଳା ଯୋଜନାର ଲାଭାର୍ଥୀଙ୍କ ପାଇଁ ସବସିଡି ଜାରି ରହିବ। ବାକି ଲୋକଙ୍କ ପାଇଁ ସବସିଡି ଶେ​‌ଷ ହୋଇପାରେ।

ଏହି ଯୋଜନା ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଗରିବ ସୀମାରେଖା ତଳେ ଥିବା ପରିବାରକୁ ଏଲପିଜି ସଂଯୋଗ ଦେବାକୁ ଆରମ୍ଭ ହୋଇଥିଲା। ଭାରତରେ ପାଖାପାଖି ୨୯ କୋଟି ଏଲପିଜି କନେକ୍ସନ ମଧ୍ୟରୁ ଉଜ୍ଜ୍ବଳା ଯୋଜନାରେ ପାଖାପାଖି ୮.୮ କୋଟି ଲାଭାର୍ଥୀ ଅଛନ୍ତି । କରୋନା ମହାମାରୀ ସମୟରେ ୨୦୨୦ ବିଶ୍ବରେ ଲକଡାଉନ୍‌ ଲାଗୁ ହୋଇଥିଲା। ସେହି ସମୟରେ କ୍ରୁଡ୍‌ ଅଏଲ୍‌ର ଦାମ କମିବା ଯୋଗୁଁ ଭାରତ ସରକାରଙ୍କୁ ଏଲପିଜି ସବ୍‌ସିଡି ଦେବାରେ ସହଜ ହୋଇଥିଲା।

ମେ ୨୦୨୦ରେ ଏଲପିଜି ପ୍ଲାଣ୍ଟରୁ ଦୂର ଗ୍ରାହକଙ୍କ ବ୍ୟତୀତ ଅନେକ କ୍ଷେତ୍ରରେ ଏଲପିଜି ସବ୍‌ସିଡି ବନ୍ଦ କରାଯାଇଥିଲା।୨୦୨୧ରେ ସରକାର ସବସିଡି ବାବଦକୁ ୩,୫୫୯ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୨୦୨୦ରେ ଏହି ଖର୍ଚ୍ଚ ୨୪,୪୬୮ କୋଟି ଟଙ୍କା ଥିଲା । ଏହି ସବସିଡି ଡିବିଟି ଜରିଆରେ କରାଯାଉଥିଲା। ୨୦୧୫ରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ଗ୍ରାହକଙ୍କୁ ବ୍ୟାଙ୍କ ଖାତା ମାଧ୍ୟମରେ ସବସିଡି ଟଙ୍କା ରିଫଣ୍ଡ ହେଉଥିଲା ।

   Related Posts