Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||
  • ବାଜିରାଉତ ବ୍ରିଜ୍‌ ଉପରେ ବସ୍‌ ଉପରକୁ ଗୁଳିମାଡ଼, ଦୁଇ ଯୁବକ ଏବଂ ଜଣେ ଯୁବତୀ ଫେରାର
  • ||
  • ଘୋଷଣା ହେଲା ଧର୍ମପଦ ସମ୍ମାନ, ୨୦୧୬ ରୁ ୨୦ ବର୍ଷ ପାଇଁ ୫ ଜଣଙ୍କୁ ଧର୍ମପଦ ସମ୍ମାନ, ୨୫ ଜଣ ଶିଳ୍ପୀ ହେବେ ସମ୍ବର୍ଦ୍ଧିତ
  • ||
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||

୧୦୦୦ ସୌରଜଗତ, ଯେଉଁଠି ଏଲିଆନ୍ସ ଅତି ସହଜରେ ପୃଥିବୀକୁ ଦେଖିପାରିବେ: ଖୋଜି ବାହାର କଲେ ଦୁଇ ବୈଜ୍ଞାନିକ

23/10/2020 at 7:03 PM

ନୂଆଦିଲ୍ଲୀ ୨୩/୧୦: ସୂର୍ଯ୍ୟ ଓ ତାର ୮ ଗ୍ରହ। ୮ ଗ୍ରହ ମଧ୍ୟରୁ ଜୀବନ ସମ୍ଭବ ହୋଇଛି ପୃଥିବୀରେ। ଯେଉଁଠି ମଣିଷଙ୍କ ସମେତ ଅନେକ ପ୍ରଜାତିର ପ୍ରାଣି ଉଦ୍ଭିଦ ରହିଛନ୍ତି। ସୂର୍ଯ୍ୟ ଓ ତାର ୮ ଗ୍ରହକୁ ଆମେ ଏକ ସୋଲାର ସିଷ୍ଟମ ବୋଲି କହୁଛନ୍ତି। କିନ୍ତୁ ବିଶ୍ବ(ୟୁନିଭର୍ସ)ରେ ଅନେକ ସୋଲାର ସିଷ୍ଟମ୍‌ ରହିଛି। କେଉଁଠାରେ ବି ଜୀବମାନେ ବାସ କରୁଥାଇପାରନ୍ତି। ତେବେ ନିକଟରେ ବୈଜ୍ଞାନିକମାନେ ଏମିତି ୧୦୦୦ ଷ୍ଟାର ଖୋଜି ପାଇଛନ୍ତି ଯେଉଁଠାରୁ ପୃଥିବୀରେ ଜୀବମଣ୍ଡଳ ଥିବା ସ୍ପଷ୍ଟ ଜାଣିହେବ। ସେହି ସବୁ ସୌର ଜଗତରେ ଥିବା ବିଶେଷଜ୍ଞ(ଏଲିଆନ୍‌) ପୃଥିବୀକୁ ସହଜରେ ଠାବ କରିପାରିବେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ଲିସା କାଲଟେନଗର୍‌ ଅଧ୍ୟକ୍ଷତାରେ ହେଉଥିବା ଏହି ରିସର୍ଚ୍ଚ ଏମିତି କିଛି ତଥ୍ୟ ଦେଇଛି। ସ୍ପେସ୍‌ ଡଟ୍‌ କମ୍‌କୁ ଦେଇଥିବା ସାକ୍ଷାତକାରରେ  ଲିସା କହିଛନ୍ତି ସେମାନେ ପୃଥିବୀର ଜୀବମଣ୍ଡଳକୁ ସହଜରେ ଜାଣିପାରିବେ। ସେଗୁଡ଼ିକ ମଧ୍ୟରୁ କିଛି ଷ୍ଟାରକୁ (ସୂର୍ଯ୍ୟ ଭଳି) ପୃଥିବୀରୁ ଖାଲି ଆଖିରେ ଦେଖାଯାଇପାରିବ।

ତେବେ ଷ୍ଟାରକୁ ପରିକ୍ରମା କରୁଥିବା ଯେକୌଣସି ଗ୍ରହରୁ ପୃଥିବୀକୁ ଦେଖିହେବ। ସେମାନେ ଆମ ଗ୍ରହକୁ ଦେଖିବା ସହ ପୃଥିବୀର ସମସ୍ତ ଗଥିବିଧିକୁ ଠାବ କରିପାରିବେ ।ଏହାସହ ସମ୍ଭବତଃ ସେମାନେ ଏଠାକୁ ଆସିପାରନ୍ତି ବୋଲି ବୈଜ୍ଞାନିକ ଦାବି କରିଛନ୍ତି। ଲିସା କାଲଟେନଗର୍‌ ଓ ଜୋସୁହା ପିପର ଏଭଳି ୧୦୦୪ ସୂର୍ଯ୍ୟ ଭଳି ଷ୍ଟାର ଖୋଜି ପାଇଛନ୍ତି। ଯେଉଁଗୁଡ଼ିକର ପୃଥିବୀ ଭଳି ଗ୍ରହ ଥିବା ସହ ଜୀବଜଗତ ଥାଇପାରେ ବୋଲି କହିଛନ୍ତି ଲିସା । ସେଠାରୁ ସେମାନେ ପୃଥିବୀ ଏକ ଟ୍ରାଞ୍ଜିଟିଂ ଏକ୍ସୋପ୍ଲାନେଟ୍‌ ବୋଲି ଜାଣିପାରିବେ।

 ପୂର୍ବରୁ ମହାକାଶବିଜ୍ଞାନୀ ୩୦୦୦  ଟ୍ରାଞ୍ଜିଟିଂ ଏକ୍ସୋପ୍ଲାନେଟ୍‌(ପୃଥିବୀ ଭଳି) ଠାବ କରିଥିଲେ। ନାସାର ଟ୍ରାଞ୍ଜିଟିଂ ଏକ୍ସୋପ୍ଲାନେଟ୍‌ ସର୍ଭେ ସାଟେଲାଇଟି (ଟିଇଏସ୍‌ଏସ୍‌)  ମିଶନ୍‌ ଦୁଇ ବର୍ଷ ପ୍ରାଥମିକ ପରୀକ୍ଷାରେ ଆକାଶର ପାଖାପାଖି ୭୪ ପ୍ରତିଶତରେ ଟ୍ରାଞ୍ଜିଟିଂ ଏକ୍ସୋପ୍ଲାନେଟ୍‌ ଖୋଜି ବାହାର କରିଥିଲା। ସେଗୁଡ଼ିକ ମଧ୍ୟରୁ ରହିବା ଯୋଗ୍ୟ ଦୁନିଆ ସମ୍ପର୍କରେ ବି ରିସର୍ଚ୍ଚ କରିଥିଲା।

ଦୁଇ ବୈଜ୍ଞାନିକ ଖୋଜି ବାହାର କରିଥିବା ହଜାରେ ଷ୍ଟାର ପୃଥିବୀ ଠାରୁ ୩୨୬ ଆଲୋକ ବର୍ଷ ଦୂରତା ମଧ୍ୟରେ ଅବସ୍ଥିତ।ସେଗୁଡ଼ିକ ମଧ୍ୟରୁ ସବୁଠୁ କମ୍‌ ଦୂରତାରେ ଥିବା ତାରାଟି ସୂର୍ଯ୍ୟ ପାଖରୁ ୨୮ ଆଲୋକ ବର୍ଷ ଦୂରତାରେ ଅବସ୍ଥିତ ଥିବା ଜଣାପଡ଼ିଛି।

   Related Posts