Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ପାକିସ୍ତାନରେ ଧର୍ମ ନାଁରେ ପ୍ରତିବର୍ଷ ୧୦୦୦ ହିନ୍ଦୁ ଯୁବତୀଙ୍କୁ କରାଯାଉଛି ଅପହରଣ, ସଂଖ୍ୟାଲଘୁଙ୍କ ପ୍ରତି ବଢୁଛି ଅତ୍ୟାଚାର

18/05/2020 at 4:07 PM

ଲାହୋର, ୧୮|୦୫:  ଧର୍ମ ପରିବର୍ତ୍ତନ ମାମାଲା ଯୋଗୁଁ ପ୍ରତିଦିନ ପାକିସ୍ତାନର କେଉଁଠି ନା କେଉଁଠି ଦଙ୍ଗା ଓ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟୁଛି । ଏହି ପ୍ରସଙ୍ଗକୁ ନେଇ ସିନ୍ଧ ସହରରେ ହିନ୍ଦୁ ସମ୍ପ୍ରଦାୟଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ତଗଲିଗି ଜମାତ ବିନା କୌଣସି ଅନୁମତିରେ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରୁଛି । ଏପରିକି ହିନ୍ଦୁ ଯୁବକମାନେ ଧର୍ମ ପରିବର୍ତ୍ତନ ନକଲେ ଅପହରଣ ମଧ୍ୟ କରିଦିଆଯାଉଛି ।

ସୋସିଆଲ ମିଡିଆରେ ଅନେକ ଗୁଡିଏ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି । ସେମାନେ ମରିବାକୁ ପସନ୍ଦ କରିବେ କିନ୍ତୁ କେବେ ଇସଲାମ ଧର୍ମ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି । ଏହା ମଧ୍ୟରୁ ଜଣେ ମହିଳା କହିଛନ୍ତି ଯେ, ଜମାତ ଲୋକ ତାଙ୍କ ପୁତ୍ରଙ୍କୁ ଅପହରଣ କରିଦେଇଛନ୍ତି । ପୁଅଙ୍କୁ ଫେରାଇ ଦିଆଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି ।

ପାକିସ୍ତାନରେ ଧର୍ମ ପରିବର୍ତ୍ତନ ନାଁରେ ବହୁତ କିଛି ହୋଇଥାଏ । ଆମେରିକାରେ ସିନ୍ଧି ଫାଉଣ୍ଡେସନର କହିବାନୁସାରେ, ସିନ୍ଧରେ ପ୍ରତିବର୍ଷ ୧୦୦୦ ଯୁବତୀଙ୍କୁ ଅପହରଣ କରି ଦିଆଯାଉଛି । ଏହି ସବୁ ଯୁବତୀଙ୍କ ବୟସ ୧୨ରୁ ୨୮ ବର୍ଷ ମଧ୍ୟରେ ହେବ । ସେମାନଙ୍କୁ ଜୋର ଜବରଦସ୍ତି ମୁସଲିମ ଯୁବକଙ୍କୁ ବିବାହ କରିଦିଆଯାଉଛି । ଫଳରେ ସେମାନଙ୍କ ଧର୍ମ ଆପେ ଆପେ ପରିବର୍ତ୍ତନ ହୋଇଯାଉଛି ।

ଧର୍ମ ପରିବର୍ତ୍ତନ ବ୍ୟତୀତ ଇଚ୍ଛା ନଥିଲେ ବି ଇସଲାମ ଶିକ୍ଷା ପ୍ରଦାନ କରାଯାଉଛି । କେବଳ ହିନ୍ଦୁ ନୁହେଁ ଶିଖ୍, ଅହମ୍ମଦିଆ, ଇସାଇଙ୍କୁ ମଧ୍ୟ ହଇରାଣ ହରକତ କରାଯାଉଛି । ହିନ୍ଦୁଙ୍କୁ ଅପହରଣ ସହ ମାରପିଟ୍, ହତ୍ୟା ଆଦି ସଧାରଣ କଥା ହୋଇଯାଇଛି ।   ସେହିପରି ଇସାଇଙ୍କୁ କବର ଦେବା ପାଇଁ ମଧ୍ୟ ସ୍ଥାନ ଦିଆଯାଉ ନାହିଁ ।

   Related Posts