୪୮ ଘଣ୍ଟାରେ ୧୦୦୦ କରୋନା ପଜିଟିଭ୍, ଦୁଇ ସପ୍ତାହ ପୂର୍ବରୁ ଆଜି ସମାପ୍ତ ହୋଇପାରେ କୁମ୍ଭ ମେଳା

Published By : Prameya-News7 Bureau | April 14, 2021 IST

ହରିଦ୍ଵାର ୧୪।୦୪: ଉତ୍ତରାଖଣ୍ଡର ହରିଦ୍ଵାରରେ ଚାଲିଥିବା କୁମ୍ଭ ମେଳା ଦୁଇ ସପ୍ତାହ ପୂର୍ବରୁ ଆଜି ସମାପ୍ତ ହୋଇପାରେ। ଉତ୍ତରାଖଣ୍ଡ ସରକାର ଓ ଧାର୍ମିକ ନେତାଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଗଙ୍ଗା ନଦୀ କୂଳରେ ହେବାକୁ ଥିବା ବାର୍ଷିକ କାର୍ଯ୍ୟକ୍ରମରେ ନଦୀରେ ବୁଡ ପକାଇବାକୁ ହଜାର ହଜାର ସଂଖ୍ୟାରେ ଲୋକେ ପହଞ୍ଚିଛନ୍ତି। ଏଥିରେ କରୋନା ସଂକ୍ରମଣ ବଢିବା ନେଇ ଆଶଙ୍କା ଦେଖା ଦେଇଛି। ଅନ୍ୟପଟେ ହରିଦ୍ଵାରରେ ଗତ ୪୮ ଘଣ୍ଟାରେ ୧୦୦୦ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି।

ଆଜି ସକାଳେ ବଡ ସଂଖ୍ୟାରେ ସାଧୁ ଓ ଭକ୍ତ ସାହି ସ୍ନାନ ପାଇଁ ମୁଖ୍ୟ ଘାଟରେ ବୁଡ ପକାଇଛନ୍ତି। ଏହା ସପ୍ତାହେ ଧରି ଚାଲିବାକୁ ଥିବା କାର୍ଯ୍ୟକ୍ରମର ତୃତୀୟ ପ୍ରମୁଖ ସ୍ନାନ ଥିଲା। ରାଜ୍ୟ ସରକାରଙ୍କ ଅନୁଯାୟୀ, ଆଜି ଅପରାହ୍ନ ୨ଟା ସୁଦ୍ଧା ୯, ୪୩, ୪୫୨ ଶ୍ରଦ୍ଧାଳୁ ଗଙ୍ଗାରେ ବୁଡ ପକାଇଥିଲେ।

ସୂତ୍ର ଅନୁଯାୟୀ, ସମଗ୍ର ଦେଶରେ କରୋନାର ପ୍ରକୋପ ମଧ୍ୟରେ ରାଜ୍ୟ ସରକାର ଶକ୍ତିଶାଳୀ ଅଖାଡା ଓ ସାଧୁ-ସନ୍ଥଙ୍କୁ ମନାଇବାକୁ ପ୍ରୟାସ ଚଳାଇଛନ୍ତି। ଯଦ୍ଵାରା ସେମାନେ ହରିଦ୍ଵାରରୁ ଚାଲିଯିବେ ଏବଂ ଆୟୋଜନ ଶୀଘ୍ର ସମାପ୍ତ କରାଯିବ। ମଙ୍ଗଳବାର ଉତ୍ତରାଖଣ୍ଡରେ ୧୯୨୫ କେସ୍ ସାମ୍ନାକୁ ଆସିଥିଲା। ଏହା ବ୍ୟତୀତ ହରିଦ୍ଵାରରେ ଗତ ଦୁଇ ଦିନରେ ୧୦୦୦ ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.