Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଜୀବନ ଜିଇଁବାର ସିକ୍ରେଟ ସେୟାର କଲେ ୧୦୦ ବର୍ଷୀୟା କମଲା: ୟୁଜର୍ସଙ୍କ ମନ ଜିଣିଛି ଭିଡିଓ

23/07/2021 at 7:08 PM

ନୂଆଦିଲ୍ଲୀ ୨୩/୦୭ : ସୋସିଆଲ ମିଡ଼ିଆରେ ଜଣେ ୧୦୦ ବର୍ଷୀୟ ବୃଦ୍ଧାଙ୍କ ଭିଡିଓ ଭାଇରାଲ ହେଉଛି ଯାହାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ବୃଦ୍ଧାଙ୍କ ଜୀବନ ବଞ୍ଚିବା ଟିପ୍ସ ଲୋକଙ୍କୁ ପ୍ରଭାବିତ କରିଛି। ଭିଡିଓ ଦେଖିଲେ ଆପଣ ବି ଖୁସି ହେବେ।

ଭିଡିଓ ହ୍ୟୁମାନ୍ସ ଅଫ୍ ବମ୍ବେ ନାମକ ୟୁଜର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ କମଲା ନାମକ ଜଣେ ବୃଦ୍ଧା ନଜର ଆସିଛନ୍ତି। ଭିଡିଓ ସହିତ ସେୟାର ହୋଇଥିବା କ୍ୟାପସନରେ କୁହାଯାଇଛି, ‘୧୦୦ ବର୍ଷୀୟ କମଲାଙ୍କ ଜୀବନ ଜିଇଁବା ଟିପ୍ସ।’

ଭିଡିଓ କ୍ଲିକ କଲେ ସ୍କ୍ରିନରେ କିଛି ଟେକ୍ସଟ ଆସିବ ଯାହା କମଲାଙ୍କ ଜୀବନଶୈଳୀ ଦର୍ଶାଇଛି। ଭିଡିଓ ଜୀବନର ଅନୁଭୂତି ବିଷୟରେ ବର୍ଣ୍ଣନା କରେ ଯେଉଁଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ସହ ଲଢ଼ିବା ଠାରୁ ଭାରତ ସ୍ୱାଧୀନ ହେବା ପର୍ଯ୍ୟନ୍ତ ଅନୁଭୂତି ରହିଛି। ଏହି କ୍ଲିପ୍ରେ ସେ ନିଜ ଦୀର୍ଘ ଜୀବନର ‘ରହସ୍ୟ’ ଉନ୍ମୋଚନ କରିଛନ୍ତି ଏବଂ ଏଥିରେ ପିଜା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

ଭିଡିଓ ସେୟାର ହେବା ପରଠାରୁ ଏବେ ସୁଦ୍ଧା ପ୍ରାୟ ଦେଢ଼ ଲକ୍ଷ ୟୁଜର୍ସ ଏହାକୁ ଲାଇକ କରିଛନ୍ତି। ପୋଷ୍ଟରେ ୟୁଜର୍ସ ନିଜର ପ୍ରତିକ୍ରିୟା ରଖିଛନ୍ତି। ଅନେକ ଲୋକେ ଏହାକୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା ଆଜି ଇଣ୍ଟରନେଟରେ ସବୁଠାରୁ ସୁନ୍ଦର ଓ ଭଲ ଭିଡିଓ। ଆଉ ଜଣେ ଲେଖିଛନ୍ତି କମଲା ବହୁତ କ୍ୟୁଟ। ଆପଣ ବି ଠାରେ ଦେଖନ୍ତୁ କମଲାଙ୍କ ଏହି ଭିଡିଓ…

   Related Posts