ଜାଲିଆନାୱାଲାବାଗ ଗଣହତ୍ୟାକୁ ପୁରିଲା ଶହେ ବର୍ଷ, ସ୍ବାଧୀନତା ସଂଗ୍ରାମର ମହାନ ସେନାନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ସାରାଦେଶ

Published By : Prameya-News7 Bureau | April 13, 2019 IST

ଅମ୍ରିତସର ୧୩|୪: ଦେଶର ସ୍ବାଧୀନତା ସଂଗ୍ରାମର ଏକ ମାଇଲ ଖୁଣ୍ଟ ଭାବେ ପରିଚିତ ଜାଲିଆନାୱାଲାବାଗ ହତ୍ୟାକାଣ୍ଡକୁ ପୁରିଲା ଶହେବର୍ଷ। ଏଥିପାଇଁ ଆଜି ସେଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ୍ . ଭେଙ୍କୟାନାଇଡୁ ଓ ପଞ୍ଜାବ ରାଜ୍ୟପାଳ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହି ଅବସରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଅମୃତସରରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କ ସହିତ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ ଉପସ୍ଥିତ ଥିଲେ।

ସହିଦଙ୍କ ସ୍ମୃତିରେ ଆଜି ସ୍ବତନ୍ତ୍ର କଏନ ଓ ଡାକଟିକେଟ୍  ଜାରି କରାଯିବ।ଭାରତରେ ବ୍ରିଟେନର ହାଇକମିଶନର ଡୋମିନିକ୍  ଆସକ୍ବିଥ୍ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଏହା ଲଜ୍ଜାନଜକ ବୋଲି କହିଛନ୍ତି। 

୧୩ ଏପ୍ରିଲ ୧୯୧୯ରେ ବ୍ରିଟିଶ ସରକାର ବିରୋଧରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ଲୋକପ୍ରିୟ ନେତାଙ୍କ ଗିରଫଦାରୀର ବିରୋଧ ଏବଂ ରାଓଲଟ୍ ଆକ୍ଟକୁ ବିରୋଧ କରି ଏହି ଲୋକେ ଏକାଠି ହୋଇଥିଲେ। ଏହି ସମୟରେ ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶରେ ଆଖିବୁଜା ଗୁଳି ଚାଳନା କରାଯାଇଥିଲା। ଏଥିରେ ୩୭୯ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ପ୍ରାୟ ୨ ହଜାର ଲୋକ ଆହତ ହୋଇଥିଲେ। ଏହାପରଠାରୁ ବ୍ରିଟିଶ ଶାସନ ବିରୋଧରେ ଦେଶରେ ସ୍ବାଧୀନତା ସଂଗ୍ରାମ ତେଜିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.