Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଭାଙ୍ଗିଗଲା ୧୦୦ ବର୍ଷ ପୁରୁଣା ଲୁହା ପୋଲ : ପୋଲ ତଳେ ଚାପି ହୋଇଗଲା ଡମ୍ପର ଓ ବାଇକ, ୨ମୃତ, ୨ଗୁରୁତର

29/12/2018 at 2:53 PM

ଡେରାଡୁନ ୨୯/୧୨ : ଶୁକ୍ରବାର ଦିନ ଉତ୍ତରାଖଣ୍ଡ ଡେରାଡୁନ ଅଂଚଳର ଏକ ଲୁହାର ପୋଲ ଭାଙ୍ଗି ଗଲା | ପୋଲ ଭାଙ୍ଗିଯିବାରୁ ଗୋଟିଏ ଟ୍ରକ, ଗୋଟିଏ ଡମ୍ପର ଏବଂ ଏକ ବାଇକ ପୋଲ ତଳକୁ ପଡିଯାଇଥିଲା | ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଥିବା ଜଣାପଡିଛି | ତେବେ ଦୁର୍ଘଟଣାଗସ୍ତ ଲୁହା ପୋଲ ବହୁତ ପୁରୁଣା ବୋଲି ଜଣାପଡିଛି | ଏହି ପୋଲ ବ୍ରିଟିଶ ଶାସନ କାଳରେ ନିର୍ମାଣ ହୋଇଥିବା କୁହାଯାଉଛି |

ପୋଲଟି ପାଖାପାଖି ୧୦୦ ବର୍ଷେ ପୁରୁଣା | ଯେଉଁଥିପାଇଁ ପୋଲରେ ଅନେକ ସ୍ଥାନରେ କଳଙ୍କି ଲାଗିଯାଇଥିଲା | ଏଥିପାଇଁ ସ୍ଥାନୀୟ ଲୋକେ ଏହି ପୋଲକୁ ବନ୍ଦ କରିବା ପାଇଁ ବହୁତ ଆଗରୁ ଦାବି କରି ଆସୁଥିଲେ | କିନ୍ତୁ ପ୍ରଶାସନର ଅବହେଳା ଯୋଗୁଁ ନୂଆ ପୋଲ ନିର୍ମାଣ ହୋଇନଥିଲା ଏବଂ ଲୋକେ ସେହି ପୁରୁଣା ପୋଲରେ ହିଁ ଯିବା ଆସିବା କରୁଥିଲେ |


ପୋଲିସ ସୂଚନା ଅନୁଯାୟୀ ବୀରପୁର ଥାନା ଅନ୍ତର୍ଗତ ତାମସା ନଦୀ ଉପରେ ନିର୍ମାଣ ହୋଇଥିବା ଏହି ପୋଲ ଭାଙ୍ଗି ଯିବାରୁ ପୋଲ ତଳେ ଏକ ଡମ୍ପର ଏବଂ ଏକ ବାଇକ ଚାପି ହୋଇଯାଇଥିଲେ | ଦୁର୍ଘଟଣା ପାଖାପାଖି ଭୋର ୫ଟା ବେଳେ ଘଟିଥିଲା | ତେବେ ଦୁର୍ଘଟଣା ଭୋର ସମୟରେ ହୋଇଥିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସିଛି | ଅଲଗା ସମୟରେ ଦୁର୍ଘଟଣା ଘଟିଥିଲେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା ବୋଲି ଅନୁମାନ କରାଯାଉଛି | ଯେହେତୁ ଭୋର ସମୟରେ ଭିଡ କମ ଥିଲା ସେଥିପାଇଁ ଏକ ବଡ ଦୁର୍ଘଟଣା ହେବା ପୂର୍ବରୁ ବର୍ତ୍ତିଗଲେ ଲୋକେ | ଦୁର୍ଘଟଣାରେ ଗୁରୁତର ଥିବା ଲୋକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

   Related Posts