Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ଶତାୟୁ ବୃଦ୍ଧ, କୃତଜ୍ଞତା ଜଣାଇଲେ ନାତି

3/08/2021 at 5:49 PM

ଭୁବନେଶ୍ୱର, ୦୩।୦୮ : କରୋନା ମହାମାରୀର ଦ୍ୱିତୀୟ ଲହରୀର କଷ୍ଟ ଏବଂ ତୃତୀୟ ଲହରୀର ଆଶଙ୍କା ମଧ୍ୟରେ ସମ୍‌ କୋଭିଡ ହସ୍ପିଟାଲ୍‌ରୁ ଆସିଛି ଏକ ଖୁବ୍‌ ଭଲ ଖବର । କୋଭିଡ୍‌ ଅନେକ ଚିହ୍ନା ଓ ଅଚିହ୍ନା ମୁହଁ ଛଡାଇ ନେଉଥିବା ବେଳେ ଅନେକ ଗୁରୁତର ହୋଇ ହସ୍ପିଟାଲ୍‌ରେ କଷ୍ଟ ଭୋଗୁଛନ୍ତି । ତେବେ ସମ୍‌ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି କୋଭିଡ୍‌ ଆକ୍ରାନ୍ତ ହୋଇଥିବା ଜଣେ ଶତାୟୁ ବୃଦ୍ଧ । ଭୁବନେଶ୍ୱର ସ୍ଥିତ ଝାରପଡା ଅଂଚଳର ୧୦୦ ବର୍ଷୀୟ ବୃନ୍ଦାବନ ସାମଲ୍‌ ଗତ ୨୬ ତାରିଖରେ କରୋନା ସଂକ୍ରମିତ ହେବା ପରେ ସମ୍‌ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିଲା ଏବଂ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କରୋନା ସଂକ୍ରମଣ ପରେ ସେ ନିମୋନିଆରେ ପିଡ଼ିତ ଥିବା ସହ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଏଥି ସହିତ ତାଙ୍କର କିଡ୍‌ନି ଜନିତ ସମସ୍ୟା ମଧ୍ୟ ପୂର୍ବରୁ ରହିଥିଲା ।

ତେଣୁ ତାଙ୍କର ଚିକିତ୍ସା ଡାକ୍ତରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ମାତ୍ର ସମ୍‌ କୋଭିଡ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନଙ୍କର ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ଏହି ଶତାୟୁ ବୃଦ୍ଧ ଜଣକ ହସ୍ପିଟାଲ୍‌ରେ ବେଶ୍‌ କିଛି ଦିନ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବୃନ୍ଦାବନ ଘରକୁ ଫେରିବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ସମ୍‌ କୋଭିଡ୍‌ ହସ୍ପିଟାଲ୍‌କୁ ଅନେକ ପ୍ରଶଂସା କରିଛନ୍ତି ତାଙ୍କ ପରିବାର । ହସ୍ପିଟାଲ୍‌ର ଡାକ୍ତର, ନର୍ସ ମାନଙ୍କର ଚିକିତ୍ସା ଓ ସେବାକୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଛନ୍ତି ତାଙ୍କ ନାତି ଆଲୋକ ସାମଲ ।

ବିଶେଷ ଭାବେ ନର୍ସମାନେ ନିଜ ହାତରେ ବୃଦ୍ଧଙ୍କୁ ଖାଦ୍ୟ ଖୁଆଇ ଦେବାକୁ ବେଶ ପ୍ରଶଂସା କରିଛନ୍ତି ତାଙ୍କ ନାତି । ସମ୍‌ କୋଭିଡ ହସ୍ପିଟାଲ୍‌ ଯୋଗୁ ହିଁ ତାଙ୍କ ଜେଜେ ଘରକୁ ଫେରିପାରିଲେ ବୋଲି ସେ କହିଛନ୍ତି । ପୂର୍ବରୁ କୋଭଡି୍‌ର ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ୯୦ ବର୍ଷରୁ ଊଦ୍ଧ୍ୱ ଅନେକ ବୟୋଜ୍ୟେଷ୍ଠ ପୁରୁଷ ଓ ମହିଳା ସମ୍‌ କୋଭିଡ୍‌ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିବାର ନଜିର ରହିଛି ।

   Related Posts