ପିଏମ କେୟାର୍ସ ଫଣ୍ଡ ଦାନ ଉପରେ ୧୦୦ ପ୍ରତିଶତ ଆୟକର ଛାଡ, ଅଧ୍ୟାଦେଶ ଜାରି

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ, ୦୧।୦୪: କରୋନା ମୁକାବିଲା ପାଇଁ ସହାୟତା ନିମନ୍ତେ ପିଏମ କେୟାର୍ସ ଫଣ୍ଡ କରାଯାଇଛି। ଏହା ଜରିଆରେ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି। ଏହା ପରେ ପିଏମ କେୟାର୍ସ ଫଣ୍ଡରେ ଲୋକଙ୍କ ଦ୍ଵାରା ଦାନ କରାଯାଉଛି। ଏବେ ସରକାରଙ୍କ ଦ୍ଵାରା ପିଏମ କେୟାର୍ସ ଫଣ୍ଡରେ ଦିଆଯାଉଥିବା ଚାନ୍ଦା ଉପରେ ଆୟକରରେ ୧୦୦ ପ୍ରତିଶତ ଛାଡ କରିବାକୁ ଘୋଷଣା କରାଯାଇଛି। ଏହି ଘୋଷଣାକୁ ଅଧ୍ୟାଦେଶ ଜରିଆରେ ଆଇନର ରୂପ ଦିଆଯିବ। ଏହା ବ୍ୟତୀତ ଏହି ସଙ୍କଟ ସମୟରେ କରଦାତା ଏବଂ ବ୍ୟବସାୟୀଙ୍କୁ ଆୟକର, ଜିଏସଟି ରିଟର୍ଣ୍ଣ ଭରିବା, ଆୟକରରେ ଛାଡ ଦେବା ଓ ସୀମା ଶୁଳ୍କ ଏବଂ ଉତ୍ପାଦ କର ସହିତ ବିଭିନ୍ନ ନିବେଶ ଓ ଅର୍ଥ ପୈଠ ମାମଲାରେ ଛାଡ ଦେବାକୁ ସରକାର ଅଧ୍ୟାଦେଶ ଜାରି କରିଛନ୍ତି ।

{"id":247624,"sizeSlug":"large"}

ରାଷ୍ଟ୍ରପତି ରାମନାଥ କୋବିନ୍ଦ କଳାଧନ ଓ ଅନ୍ୟ ଆଇନ ଅଧ୍ୟାଦେଶ ୨୦୨୦କୁ ମଙ୍ଗଳବାର ମଞ୍ଜୁରୀ ମଧ୍ୟ ଦେଇଛନ୍ତି । ଏହି ଅଧ୍ୟାଦେଶ ଜରିଆରେ ପିଏମ କେୟାର୍ସ ଫଣ୍ଡରେ ଯୋଗଦାନ ଉପରେ ୧୦୦ ପ୍ରତିଶତ ଛାଡ ଦେବାକୁ ପ୍ରାବଧାନ ରହିଛି ।  ଏହି ଅଧ୍ୟାଦେଶ ଜାରି ହେବା ପରେ ଆର୍ଥିକ ବର୍ଷ ୨୦୧୮-୧୯ର ଆୟକର ରିଟର୍ଣ୍ଣ ଭରିବାର ସମୟ ସୀମାକୁ ୨୦୨୦ ମାର୍ଚ୍ଚ ୩୧କୁ ବଢାଇ ଜୁନ ୩୦ କରିବା ଏବଂ ପାନକୁ ଆଧାର ସହ ସଂଯୋଗ କରିବାର ଅନ୍ତିମ ତାରିଖ ମଧ୍ୟ ତିନି ମାସ ବଢାଇ ଜୁନ ୩୦ କରାଯାଇଛି ।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି କୁହାଯାଇଛି ଯେ, କଳାଧନ ଓ ବେନାମୀ ଅଧିନିୟମ ଆଧାରରେ ବିଭିନ୍ନ ପ୍ରକାରର ସମୟ ସୀମାକୁ ବିସ୍ତାର କରାଯିବା ପାଇଁ ସରକାର ମାର୍ଚ୍ଚ ୩୧ରେ ଏହି ଅଧ୍ୟାଦେଶ ଆଣିଛନ୍ତି । ଉଲ୍ଲେଖନୀୟ ଅର୍ଥ ମନ୍ତ୍ରୀ କରୋନା ସଂକ୍ରମଣ ସଙ୍କଟକୁ ଦୃଷ୍ଟିରେ ରଖି ଆୟକର, ଜିଏସଟି ସହିତ ପାନ୍ ସଂଯୋଗର ସମୟ ସୀମାକୁ ବଢାଇବାକୁ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.