Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଜାଲିଓ୍ବାନାଓ୍ବାଲାବାଗ’ର ସ୍ମୃତିରେ ଜାରି ହେବ ୧୦୦ଟଙ୍କାର ମୁଦ୍ରା

10/04/2019 at 1:19 PM

ଅମୃତସର ୧୦/୪: ଜାଲିଓ୍ବାନାଓ୍ବାଲାବାଗ ଗଣହତ୍ୟାର ୧୦୦ବର୍ଷ ପୂରିବା ଅବସରରେ ୧୦୦ଟଙ୍କାର ମୁଦ୍ରା ଜାରି କରାଯିବ। ଏହି ମୁଦ୍ରାର ଅଗ୍ର ଭାଗରେ ଅଶୋକ ସ୍ତମ୍ଭର ସିଂହ ରହିବ,ଏହାର ତଳେ ‘ସତ୍ୟମେବ ଜୟତେ’ ଖୋଦିତ ରହିବ। ଏହାର ବାମ ପଟେ ଦେବନାଗରୀରେ ‘ଭାରତ’ ଶବ୍ଦ ଏବଂ ଡାହାଣ ପଟେ ଇଂରାଜୀରେ ‘ଇଣ୍ଡିଆ’ ଶବ୍ଦ ରହିବ। ସିଂହର ତଳେ ଟଙ୍କାର ପ୍ରତୀକ ଏବଂ ଇଂରାଜୀରେ ‘୧୦୦’ ରହିବ।

ସିଂହର ପୃଷ୍ଠଭାଗରେ ଜାଲିଓ୍ବାନାଓ୍ବାଲାବାଗ ଗଣହତ୍ୟାର ସ୍ମାରକ ଚିତ୍ର ରହିବ। ଉପର ଏବଂ ତଳ ପଟେ ‘ଜାଲିଓ୍ବାନାଓ୍ବାଲାବାଗ ଗଣହତ୍ୟା ଶତାବ୍ଦୀ’ କ୍ରମଶଃ ହିନ୍ଦୀ ଏବଂ ଇଂରାଜୀରେ ଲେଖାରହିବ। ସ୍ମାରକ ତଳେ ଇଂରାଜୀରେ ମୁଦ୍ରା ଜାରି କରିବାର ବର୍ଷ ‘୨୦୧୯’ ଅଙ୍କିତ ରହିବ। ୩୫ଗ୍ରାମର ଏହି ମୁଦ୍ରାର ବାହାରର ବ୍ୟାସ ୪.୪ସେଣ୍ଟିମିଟର ହେବ। ଏହା ୫୦ ପ୍ରତିଶତ ଚାନ୍ଦି,୪୦ ପ୍ରତିଶତ ତମ୍ବା,୫ପ୍ରତିଶତ ନିକେଲ ଏବଂ ୫ପ୍ରତିଶତ ଦସ୍ତା ଭଳି ମିଶ୍ରଧାତୁରେ ପ୍ରସ୍ତୁତ ହେବ।

   Related Posts