ଅନୁସୂଚିତ ଅଞ୍ଚଳରେ ଏସଟିଙ୍କୁ ୧୦୦ ପ୍ରତିଶତ ସଂରକ୍ଷଣ ଦେବା ଅସାମ୍ବିଧାନିକ: ସୁପ୍ରିମକୋର୍ଟ

Published By : Prameya-News7 Bureau | April 24, 2020 IST

ନୂଆଦିଲ୍ଲୀ ୨୪।୦୪: ସୁପ୍ରିମକୋର୍ଟ ଅନୁସୂଚିତ ଜନଜାତିଙ୍କୁ ନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେଇଛନ୍ତି ଯେ, ଅନୁସୂଚିତ ଜନଜାତି ଅଞ୍ଚଳରେ ସ୍ଥିତ ସ୍କୁଲଗୁଡିକରେ ଅନୁସୂଚିତ ଜନଜାତି ବର୍ଗ(ST)ର ଶିକ୍ଷକଙ୍କ ଲାଗି ୧୦୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଅସାମ୍ବିଧାନିକ। ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ଵାଧୀନ ପାଞ୍ଚ ଜଣିଆ ସାମ୍ବିଧାନିକ ପୀଠ ଆନ୍ଧ୍ର ପ୍ରଦେଶ ରାଜ୍ୟପାଲଙ୍କ ଦ୍ଵାରା ଜାରି ସେହି ସରକାରୀ ଆଦେଶକୁ ରଦ୍ଦ କରିଛନ୍ତି, ଯେଉଁଥିରେ ଅନୁସୂଚିତ ଜନଜାତି ବର୍ଗର ଶିକ୍ଷକଙ୍କ ଲାଗି ୧୦୦ ପ୍ରତିଶତ ଆରକ୍ଷଣ କରାଯାଇଥିଲା।

ଏହା ସହିତ ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ସରକାର ଉପରେ ମଧ୍ୟ ଜୋରିମାନା ଲଗାଇଛନ୍ତି। ଦୁଇ ରାଜ୍ୟ ଆରକ୍ଷଣର ୫୦ ପ୍ରତିଶତ ସୀମାକୁ ଉଲ୍ଲଂଘନ କରିବାକୁ ଚାହୁଁଥିଲେ। ସୁପ୍ରିମକୋର୍ଟ ଇନ୍ଦିରା ସାହନୀଙ୍କ ନିଷ୍ପତ୍ତିକକୁ ମଧ୍ୟ ଦୋହରାଇଛନ୍ତି। ସାହାନୀଙ୍କ ଅନୁଯାୟୀ ସଂରକ୍ଷଣ ସାମ୍ବିଧାନିକ ରୂପେ ବୈଧ, ମାତ୍ର ଏହାର ସୀମା ୫୦ ପ୍ରତିଶତରୁ ଅଧିକ ହେବା ଉଚିତ୍ ନୁହଁ।

ଆନ୍ଧ୍ର ପ୍ରଦେଶ ଉଚ୍ଚ ନ୍ୟାୟାଳୟର ଆଦେଶକୁ  ବିରୋଧ କରି ସର୍ବୋଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରାଯାଇଥିଲା। ହାଇକୋର୍ଟ ଅନୁସୂଚିତ ଜନଜାତି କ୍ଷେତ୍ରରେ ସ୍ଥିତ ବିଦ୍ୟାଳୟଗୁଡିକରେ ଅନୁସୂଚିତ ଜନଜାତି ବର୍ଗର ଶିକ୍ଷକଙ୍କ ପାଇଁ ୧୦୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଥିଲେ। ଏବେ ସୁପ୍ରିମକୋର୍ଟ ହାଇକୋର୍ଟର ଏହି ରାୟକୁ ରଦ୍ଦ କରି ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ଜାରି ରହିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.