ଜୁନ ୭ରୁ ସବୁ କର୍ମଚାରୀ ଅଫିସ ଆସିବେ : ଘରୋଇ ଓ ସରକାରୀ ଅଫିସରେ ୧୦୦% ଉପସ୍ଥାନ, ନିର୍ଦ୍ଦେଶ ଜାରି କଲେ ରୁପାନୀ ସରକାର

Published By : Prameya-News7 Bureau | June 04, 2021 IST

ଅହମ୍ମଦାବାଦ ୦୪/୦୬ :   କରୋନା ମହାମାରୀର ଦ୍ୱିତୀୟ ଲହର ଏବେବି ଜାରି ରହିଛି । ଏହା ମଧ୍ୟରେ ଗୁଜୁରାଟ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଜୁନ ୭ ତାରିଖରୁ ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଶତ ପ୍ରତିଶତ କର୍ମଚାରୀରେ ଚାଲିବ ବୋଲି ସରକାର ଘୋଷଣା କରିଛନ୍ତି ।

ଗୁଜୁରାଟରେ ଶୁକ୍ରବାର ଲକଡାଉନକୁ କୋହଳ କରାଯାଇଛି । ରାଜ୍ୟର ୩୬ ଜିଲ୍ଲାରେ ସକାଳ ୯ରୁ ସନ୍ଧ୍ୟା ୬ ଯାଏଁ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ସେହିପରି ରେଷ୍ଟୁରାଣ୍ଟ ଓ ହୋଟେଲରୁ ଡେଲିଭରୀ ସୁବିଧା ରାତି ୧୦ଟା ଯାଏଁ ଜାରି ରହିବ । ତେବେ ସମସ୍ତ ଜିଲ୍ଲାରେ ଜୁନ ୪ରୁ ୧୧ ତାରିଖ ଯାଏଁ ରାତି ୯ରୁ ସକାଳ ୬ ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ।

wp:html /wp:html

ତେବେ ଅହମ୍ମଦାବାଦର ସିଭିଲ ହସ୍ପିଟାଲରେ ଲଗାତର ଭାବେ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଛି । ଏଠାରେ ଏବେସୁଦ୍ଧା ୮୫୦ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଏବେ ୩୯୫ ଜଣ ଚିକିତ୍ସିତ ହେଉଛନ୍ତି ।

{"id":461344,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ଗୁଜୁରାଟରେ ୧୨୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୩ ହଜାରକୁ ବୃଦ୍ଧି ପାଇଚି । ଏହାସହ ୧୭ ଜଣ ପ୍ରାଣ ହରାଇଛନ୍ତି । ଆହୁରି ମଧ୍ୟ ଏବେସୁଦ୍ଧା ୯୮୯୦ ଜଣ ଜୀବନ ହାରିଛନ୍ତି । ସେହିପରି ୭ ଲକ୍ଷ ୭୮ ହଜାର ୯୭୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.