କଳାହାଣ୍ଡିରେ ଡେଙ୍ଗୁ ରୋଗୀ ସଂଖ୍ୟା ୧୦୦କୁ ଛୁଇଁଲା
18/08/2018 at 5:36 AM

କଳାହାଣ୍ଡି ୧୮/୮ : କଳାହାଣ୍ଡି ଜିଳ୍ଲା କୋକସରା ବ୍ଳକ ଲଡୁଗାଁରେ ଡେଙ୍ଗୁ ଅଣାୟତ୍ତ ହୋଇପଡିଛି । ଡେଙ୍ଗୁ ରୋଗୀ ସଂଖ୍ୟା ୧୦୦ କୁ ଛୁଇଁଲା ।ଡେଙ୍ଗୁ ଗାଁ ପରେ ଗାଁ କାୟାବିସ୍ତାର କରିବାରେ ଲାଗିଛି । ଲଡୁଗାଁ ପରେ ସୁନାମାଳ,ଓଲମା, ଆଇଁଲି, ଆଦି ଗ୍ରାମରେ ଡେଙ୍ଗୁ ରୋଗୀ ଚିହ୍ନଟ କରାଯାଇଛି । ବର୍ତମାନ ପର୍ଯ୍ୟନ୍ତ ୩୦୦ ରୁ ଉର୍ଦ୍ଧ୍ବ ଜଣଙ୍କ ରକ୍ତ ନମୁନାରୁ ୧୦୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ଠାରୁ ଡେଙ୍ଗୁ ଭୁତାଣୁ ଚିହ୍ନଟ ହୋଇସାରିଛି । ସେଥିମଧ୍ୟରୁ ୨୫ ଜଣଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ କିଛି ଚିକିତ୍ସତ ହୋଇ ଗାଁକୁ ଫେରିଛନ୍ତି ।ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦେଖି ଲଡୁଗାଁରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଦଳ ଗାଁର ବିଭିନ୍ନ ସ୍ଥାନ ବୁଲି ଡେଙ୍ଗୁ ମଶା ବୃଦ୍ଦିର କାରଣ ଚିହ୍ନଟ କରିଛନ୍ତି । ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ଓ ସ୍ବାସ୍ଥ୍ୟ ବିଭାଗର ନେତୃତ୍ବରେ ସଂଚେତନ ସଭା ଅନୁଷ୍ଠିତ କରାଯାଇଛି । ବିଶେଷଞ ଦଳ ଗାଁର ଅସ୍ବାସ୍ଥ୍ୟକର ପରିବେଶ ସହ ଗାଁରେ ଗଢିଉଠିଥିବା ୧୧ ଗୋଟି ରାଇସ ମିଲର ପାଣି ନିଷ୍କାସନ ବ୍ୟବସ୍ଥା ନ ଥିବାରୁ ଜମି ରହୁଥିବା ପାଣି ଡେଙ୍ଗୁ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।