Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଅନୁଗୋଳ ମୁଖ୍ୟ ଡାକ୍ତରଖାନାରୁ ୧୦୦ ଅକ୍ସିଜେନ ଅନ୍ୟତ୍ର ସ୍ଥାନାନ୍ତର, ବଢିଲା ଲୋକଙ୍କ ଅସନ୍ତୋଷ

21/04/2021 at 8:35 PM

ଅନୁଗୋଳ ୨୧।୦୪: ଅନୁଗୋଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲି ଥିଲା ବେଳେ ଗତ ଦୁଇଦିନ ହେବ ଶତକ ଛୁଇଁଛି କରୋନା। ଗତକାଲି ୧୦୬ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୩୮ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୪୩୮ରେ ପହଞ୍ଚିଥିବା ସରକାରୀ ରିପୋର୍ଟରୁ ପ୍ରକାଶ।  ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ କେଉଁ ଆଧାରରେ ସିଲିଣ୍ଡର ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ତାକୁ ନେଇ ଅସନ୍ତୋଷର ମାହୋଲ ସୃଷ୍ଟି ହୋଇଛି।

ବର୍ତ୍ତମାନ ଅନୁଗୋଳ ଜିଲ୍ଲା ହସ୍ପିଟାଲରେ କୋଭିଡ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ପାଇଁ ଆସିଥିବା ଅକ୍ସୀଜେନ ସିଲିଣ୍ଡର ମଧ୍ୟରୁ ୧୦୦ଟି ବୁର୍ଲା ସମ୍ବଲପୁରକୁ ପଠାଯାଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ବଢି ଚାଲିଛି।

ଯେଭଳି ଭାବେ ଦେଶରେ ଅକ୍ସିଜେନର ଅଭାବ ରହିଛି ଏବଂ ଅକ୍ସିଜେନ ଅଭାବରୁ ରୋଗୀ ମରୁଛନ୍ତି, ଠିକ୍ ସେତିକିବେଳେ ଅନୁଗୋଳ ମୁଖ୍ୟ ଡାକ୍ତରଖାନାରୁ ଅକ୍ସିଜେନ ସିଲିଣ୍ଡର ବାହାରକୁ ଯିବା ଅସନ୍ତୋଷକୁ ଦ୍ବିଗୁଣିତ କରିଛି। ଏଥିପାଇଁ ବିଭିନ୍ନ  ସ୍ଵେଚ୍ଛାସେବୀ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।

   Related Posts