କୃମି ଔଷଧ ଖାଇ ସଇଁତଳା ଘୁନସର ପ୍ରାଥମିକ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ

Published By : Prameya-News7 Bureau | September 24, 2018 IST

ବଲାଙ୍ଗିର ୨୪|୯: କୃମି ଔଷଧ ଖାଇ ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ ଘୁନସରରେ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଅସୁସ୍ଥ ସମସସ୍ତ ଛାତ୍ରଛାତ୍ରୀଙ୍କୁ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଆଜି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ ଘୁନସର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଆଲବେଣ୍ଡାଜୋଲ ନାମକ କୃମି ଔଷଧ ଦିଆଯାଇଥିଲା । ଔଷଧ ଦେବାର ପାଞ୍ଚରୁ ଦଶ ମିନିଟ୍ ଭିତରେ ମେଡିସିନ ଖାଇଥିବା ଛାତ୍ରଛାତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କର ମୁଣ୍ଡ ବୁଲାଇବା ସହ ବାନ୍ତି ମଧ୍ୟ ହୋଇଥିଲା । ପାଖାପାଖି ଶହେରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ଫଳରେ ଘଟଣାସ୍ଥଳରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା କରିଛନ୍ତି । ସେପଟେ ଗୁରୁତର ଅନ୍ୟମାନକୁ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଧିକ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସଇଁତଳାକୁ ପଠାଯାଇଛି । ସରକାରଙ୍କ ତରଫରୁ ଛାତ୍ରଛାତ୍ରୀଙ୍କୁ ଘୁନସରର ସ୍ଥାନୀୟ ଆଶାକର୍ମୀଙ୍କ ତରଫରୁ ଆଲବେଣ୍ଡାଜୋଲ ଔଷଧ କୃମି ପାଇଁ ଦିଆଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.