ରାଜ୍ୟରେ ଖୋଲିବ ଆଉ ୧୦୦ଟି ଆଦର୍ଶ ବିଦ୍ୟାଳୟ

Published By : Prameya-News7 Bureau | December 11, 2019 IST

ଭୁବନେଶ୍ବର ୧୧।୧୨: ରାଜ୍ୟରେ ଆଉ ଶହେଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏବେ ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ରହିଛି । ସେହିପରି ଭୁବନେଶ୍ବରରେ ହେବ ମଡେଲ ଆଦର୍ଶ ବିଦ୍ୟାଳୟ । ଏଠାରେ ପ୍ରତ୍ୟେକ ଜିଲ୍ଲାର ଛାତ୍ରଛାତ୍ରୀ ପାଠ ପଢିବାକୁ ସୁଯୋଗ ପାଇବେ । ଆଜି ଓଡିଶା ଆଦର୍ଶ ବିଦ୍ୟାଳୟ ୱେବସାଇଟର ଉନ୍ମୋଚନ ବେଳେ ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

{"id":196398,"sizeSlug":"large"}

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୱେବସାଇଟ୍ oav.esu.in ଉନ୍ମୋଚିତ କରିଛନ୍ତି । ଭୁବନେଶ୍ବରରେ ମଡେଲ ଆଦର୍ଶ ବିଦ୍ୟାଳୟ ପାଇଁ ଜାଗା ଚିହ୍ନଟ ସରିଛି । ଏହାର କାମ ଖୁବଶୀଘ୍ର ଆରମ୍ଭ ହେବ । ଯେଉଁଠି ପାଠ ପଢା ସାଙ୍ଗକୁ ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.