ମମତାଙ୍କ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବେ ୧୦୦ ବିଧାୟକ !
27/03/2019 at 7:45 PM

ପଶ୍ଚିମବଙ୍ଗ ୨୭/୩- ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ରାଜନୀତି ସରଗରମ । ବିଜେପି ପଶ୍ଚିମବଙ୍ଗରେ ମୁଣ୍ଡଟେକିବାକୁ ବଦ୍ଧପରିକର ହେଉଥିବା ବେଳେ ମମତା ନିଜ ଜିଦରେ ନଛୋଡ଼ବନ୍ଧା ।ଦେଖାଯାଉ ଆଗାମୀ ଲୋକସଭା ନିର୍ବାଚନ କାହାକୁ କେଉଁ ସ୍ଥାନରେ ରଖୁଛି, ଜନତା ଜନାର୍ଦ୍ଦନ କାହାକୁ ନିଜର କରି ଶିରିପା ବାନ୍ଧୁଛନ୍ତି ।
ଏହି ପରିପ୍ରେକ୍ଷୀରେ ନିକଟରେ ଟିଏମସି ଛାଡ଼ିଥିବା ଅର୍ଜ୍ଜୁନ ସିଂ ଦେଇଥିବା ମନ୍ତବ୍ୟ ପାଇଁ ଜୋର ଧରିଛି ପଶ୍ଚିମବଙ୍ଗ ରାଜନୀତି । ବିଜେପିକୁ କିନ୍ କଣ୍ଟେଷ୍ଟ କରୁଥିବା ମମତାଙ୍କୁ କିଛି ଫରକ ପଡ଼ିନି ବୋଲି କହିବାବେଳେ ବିଜେପି କହିଛି ଓଲଟା ।
ନିକଟରେ ୧୦୦ ଅଧିକ ବିଧାୟକ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଦେଉଛନ୍ତି ଯୋଗ । ନିର୍ବାଚନ ପୂର୍ବରୁ ଓ ପରେ ଆଗପଛ ହୋଇ ଏହି ବିଧାୟକମାନେ ଯୋଗ ଦେଉଛନ୍ତି ବୋଲି କହିଛନ୍ତି ଅର୍ଜ୍ଜୁନ ସିଂ । ସେ ଏହି ବିଧାୟକଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ମଧ୍ୟ କହିଛନ୍ତି ।
ଏହି ଘଟଣାରେ କିଛି ଫରକ ପଡ଼ିବନି ବୋଲି କହିଛନ୍ତି ମମତା । କଥାରେ କିଛି ସତ୍ୟତା ନାହିଁ ବୋଲି ସେ କହିଛନ୍ତି ।