ଘାତକ ହେଲାଣି କରୋନା, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ମେଡିକାଲର ୧୦୦ କର୍ମଚାରୀ କ୍ୱାରେଣ୍ଟାଇନରେ

Published By : Prameya-News7 Bureau | April 04, 2020 IST

ନୂଆଦିଲ୍ଲୀ, ୦୪|୦୪ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ୧୦୦ ଜଣ ଡାକ୍ତର ଓ ମମେଡିକାଲ ଷ୍ଟାଫଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ଏହି ସମସ୍ତ କର୍ମଚାରୀ ଜଣେ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ । କର୍ମଚାରୀଙ୍କ ମଧ୍ୟରେ ଅନେକ ବରିଷ୍ଠ ଡାକ୍ତର ରହିଛନ୍ତି ।

{"id":248700,"width":755,"height":503,"sizeSlug":"large"}

କରୋନା ସଂକ୍ରମଣକୁ ରୋକିବା ପାଇଁ ହସ୍ପିଟାଲ କର୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି । ଏଠାରେ ଏପରି ଦୁଇଜଣ କୋଭିଡ-୧୯ ସଂକ୍ରମିତ ଚିହ୍ନଟ ହୋଇଥିଲେ ଯେଉଁମାନେ ହସ୍ପିଟାଲକୁ ଅନ୍ୟ ରୋଗର ଚିକିତ୍ସା ପାଇଁ ଆସିଥିଲେ । ପ୍ରଥମେ ଏହି ରୋଗୀଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିନଥିଲା । କିନ୍ତୁ ସେମାନଙ୍କ ଟେଷ୍ଟ ପରେ ପଜିଟିଭ୍ ରିପୋର୍ଟ ଆସିଥିଲା ।

ଏହି ସଂକ୍ରମିତଙ୍କ ସଂସ୍ପର୍ଶରେ କିଛି ଡାକ୍ତର ଓ ନର୍ସ ଆସିଥିଲେ । ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତବେ ଶହେରୁ ଅଧିକ ମେଡିକାଲ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ମେଡିକାଲର ଜଣେ ଅଧିକାରୀ ୧୦୮ ଜଣ କର୍ମଚାରୀଙ୍କୁ କ୍ୱରେଣ୍ଟାଇନରେ ରହିବାକୁ କୁହାଯାଇଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.