Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ମାଛ ପେଟରେ କ୍ବିଣ୍ଟାଲେ ପ୍ଳାଷ୍ଟିକ ରଶି, ଭିଡ଼ିଓ ଏବେ ଭାଇରାଲ…କେମିତି ବାହାରିଲା?

6/12/2019 at 5:38 PM

ସ୍କଟ୍‌ଲ୍ୟାଣ୍ଡ୬/୧୨:  ବେଳେ ବେଳେ ଆଖି ସାମ୍ନାକୁ ଏଭଳି କିଛି ଦୃଶ୍ୟ ଆସେ ଯାହାକୁ ବିଶ୍ବାସ କରି ହୁଏ ନାହିଁ। ସେହିଭଳି ଏକ ଦୃଶ୍ୟ ସ୍କଟ୍‌ଲ୍ୟାଣ୍ଡର ଲସ୍କେଣ୍ଟିୟରରେ ଦେଖିବାକୁ ମିଳିଛି। ସ୍କଟଲ୍ୟାଣ୍ଡର ଲସ୍କେଣ୍ଟିୟରରେ ୨୦ ଟନର ଓଜର ଏକ ବିଶାଳକାୟ ମାଛର ମୃତ ଦେହ ଭାସୁଥିବାର ନଜର ଆସିଥିଲା। 

ଏହି ମାଛର ନାମ ହେଉଛି ସ୍ପେର୍ମ ହ୍ବାଲ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମଲା ମାଛ ପେଟରୁ ୧୦୦ କିଲୋ ବା ଏକ କ୍ବିଣ୍ଟାଲର ପ୍ଳାଷ୍ଟିକ ରଶି ଓ ପ୍ଲାଷ୍ଟିକ ଅଳିଆ ବାହାରିଥିଲା।  ଏହି ମାଛର ଆକାର ଆହୁରି ବଡ଼ ହୋଇ ଥାଆନ୍ତା। କିନ୍ତୁ କୌଣସି କାରଣ ଯୋଗୁଁ ମାଛଟି ମରି ଯାଇଥିବା କୁହାଯାଉଛି।

ସ୍ଥାନୀୟ ଲୋକ କହିବା ଅନୁସାରେ ଏଭଳି ମାଛ ସମୁଦ୍ରରେ ରହିବା ନିହାତି ଆବଶ୍ୟକ। କାହିଁକି ନା ସମୁଦ୍ରରେ ପଡ଼ି ରହୁଥିବା ଅଳିଆ, ଆବର୍ଜନାକୁ ଏହି ମାଛ ଖାଦ୍ୟ ଭାବେ ଗ୍ରହଣ କରିଥାଏ।

କିନ୍ତୁ ଯଦି ଏଭଳି ମାଛ ସମୁଦ୍ର ଭିତରେ ମରି ଯାଉଛନ୍ତି ତେବେ ସମୁଦ୍ର  ପାଣି ମଧ୍ୟ ଦୂଷିତ ହୋଇଥାଏ।

   Related Posts