ଉତ୍ତର ପ୍ରଦେଶରେ ବିବାହ ସମାରୋହରେ ସାମିଲ ହୋଇପାରିବେ ୧୦୦ଲୋକ : ଡିଜେ ଏବଂ ବ୍ୟାଣ୍ଡ ଉପରେ ଲାଗିବ ରୋକ

Published By : Prameya-News7 Bureau | November 23, 2020 IST

ଲକ୍ଷ୍ନୌ ୨୩/୧୧: ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସରକାର ବିବାହ ଏବଂ ଅନ୍ୟ ସାମାଜିକ ସମାରୋହରେ ସାମିଲ ହେଉଥିବା ଲୋକଙ୍କ ସୀମିତ ସଂଖ୍ୟା ୧୦୦କରିବାକୁ ନିଷ୍ପତ୍ତି ନେଇଛି। ଉତ୍ତର ପ୍ରଦେଶ ସରକାର ବିବାହ ସମାରୋହ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏହା ଅନୁସାରେ ବିବାହ ସମାରୋହରେ କେବଳ ୧୦୦ଲୋକ ସାମିଲ ହୋଇପାରିବେ। ଏହା ବ୍ୟତୀତ ବିବାହରେ ବ୍ୟାଣ୍ଡ ଏବଂ ଡିଜେ ଉପରେ ରୋକ ଲାଗିବ।

ନୂଆ ଗାଇଡଲାଇନ୍ ମୁତାବକ ଯଦି ବିବାହ ମଣ୍ଡପର କ୍ଷମତା ୧୦୦, ତେବେ ସେଠାରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ କେବଳ ୫୦ଲୋକ ସାମିଲ ହେବେ। ଏହି ନୂଆ ନିୟମ ଉଲ୍ଲଙ୍ଘନ କଲେ ମାମଲା ରୁଜୁ ହେବ। ବିବାହରେ ବୟସ୍କ ବ୍ୟକ୍ତି,ରୋଗୀଙ୍କୁ ଆମନ୍ତ୍ରିତ କରାଯିବ ନାହିଁ। କୋଭିଡ ପ୍ରୋଟୋକଲ୍ ଉଲ୍ଲଙ୍ଘନ କଲେ ଧାରା ୧୪୪ ଏବଂ ୧୮୮ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ଆଶ୍ବସ୍ତିର କଥା ଏହିକି ଯେ ଘରେ ବିବାହ ହେଉଥିଲେ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ ନାହିଁ। କିନ୍ତୁ ସେହି ଅଞ୍ଚଳର ଥାନାରେ ବିବାହ ସମାରୋହର ସୂଚନା ଦେବାକୁ ପଡ଼ିବ।

ବିବାହ ସମାରୋହରେ ଲୋକଙ୍କ ସୀମିତ ସଂଖ୍ୟାକୁ ନେଇ ନୂଆ ନିୟମ ପ୍ରଥମେ ନୋଏଡ଼ା-ଗାଜିଆବାଦରେ ଲାଗୁ କରାଯାଇଥିଲା। ବର୍ତ୍ତମାନ,ମୁଖ୍ୟ ସଚିବ ଏହାର ସମୀକ୍ଷା କରି ଲାଗୁ କରିବାକୁ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ ଜିଲ୍ଲାଗୁଡ଼ିକରେ ସମୀକ୍ଷା ବୈଠକ ପରେ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଲକ୍ଷ୍ନୌ ଜିଲ୍ଲାରେ ମଧ୍ୟ ଜିଲ୍ଲାଧିକାରୀ ନୂଆ ଗାଇଡଲାଇନ୍ ଲାଗୁ କରିବା ପାଇଁ ସମୀକ୍ଷା ବୈଠକ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.