ରେଙ୍ଗାଳୀ ବାମପାର୍ଶ୍ବ କେନାଲରେ ୧୦୦ ଫୁଟର ଘାଇ, ଏକର ଏକର ଚାଷ ଜମିରେ ମାଡୁଛି ପାଣି

Published By : Prameya-News7 Bureau | July 21, 2021 IST

କଳାହାଣ୍ଡି ୨୧।୭: ରେଙ୍ଗାଳୀ ବାମପାର୍ଶ୍ବ କେନାଲରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ସାଆନ୍ତରାପୁର ଗ୍ରାମ ଡାହିନାଳୀ ନିକଟରେ ଭାଙ୍ଗିଲା କେନାଲ । ୧୦୦ ଏକରରୁ ଉର୍ଦ୍ଧ୍ବ ଚାଷ ଜମିରେ ମାଡିଲା କେନାଲ ପାଣି । ବିଲରେ ଲଗାଯାଇଥିବା ଧାନ ଓ ତଳି ଏବେ କେନାଲ ପାଣିରେ ବୁଡିରହିଛି।

{"id":483767,"width":747,"height":336,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି କେନାଲଟି ଭାଙ୍ଗିଥିବା ଜଣାପଡିଛି ।  ରେଙ୍ଗାଳୀ ବାମପାର୍ଶ୍ବ କେନାଲର କାମାକ୍ଷାନଗର-ଭଇରପୁର ଶାଖା କେନାଲର ସାଆନ୍ତରାପୁର ଗ୍ରାମ ଡାହିନାଳୀଠାରେ ଭାଙ୍ଗିଯାଇଛି ।  ବିଲରେ ଲଗାଯାଇଥିବା ଧାନ ଏବଂ ତଳି ଏବେ ସମ୍ପୂର୍ଣ୍ଣ ଭାବେ ବୁଡି ରହିଛି। ପ୍ରାୟ ୧୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ  ହେବ ପାଣି ମାଡି ଚାଲିଥିବାରୁ ଧାନ ଓ ତଳି ଉପରେ ବାଲିଚର ମାଡି ସବୁ ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ ଅଛନ୍ତି ।  ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀମାନେ ପହଞ୍ଚି ଉପର ମୁଣ୍ଡରୁ ପାଣି ବନ୍ଦ କରିବା ସହ ତୁରନ୍ତ ମରାମତି ପାଇଁ ପଦକ୍ଷେପ ନେଇଛନ୍ତି । କିପରି କେନାଲଟି ଭାଙ୍ଗିଲା ସେନେଇ ଅଧିକ ତଦନ୍ତ ଚଳାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.