ଶହେ ଦିନ ପରେ ବି ଆସାମର ବାଘାଜାନ ଗ୍ୟାସ କୂପରୁ ଲିଭୁନି ନିଆଁ, ହଜାର ହଜାର ଲୋକ ବାସହୀନ, ନିଆଁ ଆୟତ ପାଇଁ ଲାଗିବ ଆହୁରି ଦୁଇ ମାସ

Published By : Prameya-News7 Bureau | September 06, 2020 IST

ଆସାମ ୦୬/୦୯: ଆସାମର ବାଘାଜାନ୍ କ୍ଷେତ୍ରରେ ଥିବା ପ୍ରାକୃତିକ ଗ୍ୟାସ କୂପରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ୧୦୦ ଦିନ ପରେ ମଧ୍ୟ ନିଆଁ ଥମିବାର ନାଁ ନେଉ ନାହିଁ। ଅଏଲ ଇଣ୍ଡିଆ ଲିମିଟେଡ୍ (ଓଅାଇଏଲ) ଏବେ ସୁଦ୍ଧା ଏହାକୁ ନିୟନ୍ତ୍ରଣ କରିବାରେ ଅସଫଳ ରହିଛି। କୂପର ନିଆଁ ଲିଭାଇବାକୁ ଆହୁରି ୬ରୁ ୭ ସପ୍ତାହ ଲାଗିପାରେ ବୋଲି ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ଚନ୍ଦ୍ର ମୋହନ କହିଛନ୍ତି।

ମେ ୨୭ରେ ଗ୍ୟାସ୍ ଲିକ୍ ହୋଇଥିଲା। ଜୁନ୍ ୯ରେ ନିଆଁ ଲାଗିଲା। ନିଆଁ ଲିଭାଇବା ବେଳେ ଦମକଳ ବାହିନୀର ଦୁଇ ଜଣ କର୍ମଚାରୀ ପ୍ରାଣ ହରାଇ ଥିଲେ। ଏ‌ତେ ଦିନ ବିତିଯିବା ପରେ ମଧ୍ୟ ଗ୍ୟାସ୍ ଲିକକୁ କାବୁ କରି ହେଉ ନାହିଁ। ଆଇଓଏଲ୍ ଗ୍ୟାସ୍ ଲିକ୍ ରୋକିବା ପାଇଁ ବିଶ୍ବସ୍ତରୀୟ ବିଶେଷଜ୍ଞଙ୍କୁ ସାହାଯ୍ୟ ମାଗିଥିଲା। ଜୁନରେ ସିଙ୍ଗାପୁରର ଗୋଟିଏ ଫାର୍ମ ‘ଅଲର୍ଟ ଡିଜାଷ୍ଯର କଂଟ୍ରୋଲ’ର ଟିମ୍ ଓଏନଜିସି ଓ ଆଇଓଏଲ୍ ସହ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। ଜୁନ୍ ୨୨ରେ କୂଅରୁ ସ୍ପୁଲ ନିର୍ଗତ ସମୟରେ ତିନି ବିଦେଶୀ ବିଶେଷଜ୍ଞ ଆହତ ହୋଇଥିଲେ।

{"id":325830,"sizeSlug":"large"}

ଲିକ୍ ପରେ କୂଅରୁ ଦେଢ଼ କିଲୋମିଟର ଦୂରରେ ରହୁଥିବା ପ୍ରାୟ ଦୁଇ ହଜାର ଲୋକଙ୍କୁ ଏଠାରୁ ସ୍ଥାନାନ୍ତରିତ କରାଯାଇଛି ଓ ସେମାନଙ୍କୁ ଉଦ୍ଧାର କ୍ୟାମ୍ପରେ ରଖାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ୍ ଟିମକୁ ମଧ୍ୟ ଡକାଯାଇଛି।

ଜୁନ୍ ୯ରୁ ତେଲ ଇଲାକାରେ ନିଆଁ ଲାଗିବା ପରେ କ୍ରମାଗତ ବିରୋଧ ପ୍ରଦର୍ଶନ ଯୋଗୁ ଆଇଓଏଲ୍ ବ୍ୟବସାୟିକ ଗତିବିଧିରେ ମଧ୍ୟ ସମସ୍ୟା ଉପୁଜିଛି। ଜୁଲାଇ ୭ରେ ବିସ୍ଥାପିତ ହୋଇଥିବା ଲୋକେ କୂଅକୁ କୁଦିବା ତଥା ଜୀବନ ହାରିବା ପ୍ରୟାସରେ ତେଲ କୂଅକୁ ଯାଉଥିଲେ। ବିକ୍ଷୋଭ ପ୍ରଦର୍ଶନକାରୀ ତଥା ଜିଲ୍ଲା ଅଧିକାରୀ ସେମାନଙ୍କୁ ଯିବାକୁ ରୋକିଥିଲେ।

{"id":325831,"width":567,"height":318,"sizeSlug":"large"}

ଏ ଇଲାକା ଡିବ୍ରୁ-ସାଇଖୋବା ନାସନାଲ ପାର୍କ ପାଖରେ ଅବସ୍ଥିତ। ଏହା ଏକ ଇକୋ-ସେନସିଟିଭ ଜୋନ୍। ଡିବ୍ରୁର ଜାତୀୟ ଉଦ୍ୟାନ ମଧ୍ୟ ଏଠାରେ ଅବସ୍ଥିତ। ପ୍ରବାସୀ ପକ୍ଷୀ ଓ ଜଙ୍ଗଲୀ ଘୋଡ଼ା ପାଇଁ ଏ ଜାଗା ବେଶ ପରିଚିତ। ଏ ଉଦ୍ୟାନର କିଛି ଇଲାକରେ ତେଲ ବ୍ୟାପିଥିବା ଗାଁ ଲୋକ କହୁଛନ୍ତି। ଏହା ଉପରେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏକାଧିକ ଭିଡିଓ ସେୟାର କରାଯାଉଛି। ମୁଖ୍ୟତଃ ମାଛ ଓ ଡଲଫିନ୍ ମାନଙ୍କ ମୃତ୍ୟୁ ପରେ ପରେ ରାଜ୍ୟର ବନ ବିଭାଗ ନୋଟିସ୍ ଜାରି କରିଛି।

ଏହା ପୁର୍ବରୁ ଅର୍ଥାତ୍ ୨୦୦୫ରେ ବିସ୍ଫୋରଣ ହୋଇଥିଲା। ୪୫ ଦିନ ପରେ ଆମରିକୀୟ ବିଶେଷଜ୍ଞ ସାହାଯ୍ୟ କରିଥିଲେ। ତେଲ ଲିକ୍ ଜୈବ ବିବିଧତା ଉପରେ ପ୍ରଭାବ ପକାଉଛି। ଏ ଇଲାକା ପରିବେଶ ଅନୁକୂଳ ଇଲାକା ହୋଇଥିବାରୁ ଏହା ଉପରେ ପ୍ରଭାବ ପଡ଼ୁଛି।

{"id":325832,"sizeSlug":"large"}

ଜୁନ୍ ୨୬ରେ ନାସନାଲ ଗ୍ରୀନ ଟ୍ରିବୁନାଲ (ଏନଜିଟି) ବାଘଜାନ କୂଅରେ ନିଆଁ ଲାଗିବାରୁ ମନୁଷ୍ୟ, ବନ୍ୟ ଜୀବଜନ୍ତୁ ଓ ପରିବେଶ ଉପରେ ହୋଇଥିବା କ୍ଷତିକୁ ଆକଳନ କରିବା ପାଇଁ ଟିମ୍ ଗଠନ କରାଯାଇଥିଲା। ଆଇଓଏଲ୍ ଅନ୍ତରୀଣ କ୍ଷତିକୁ ଭରଣା କରିବା ପାଇଁ ଜିଲ୍ଲା ପ୍ରଶାସନ ସହିତ ୨୫ କୋଟି ଜମା କରିବାକୁ କୁହାଯାଇଥିଲା। ଯେଉଁ ୧୨ ପରିବାରର ଘର ଜଳିଯାଇଥିଲା ସେମାନଙ୍କୁ ସହାୟତା ରାଶି ମିଳିଛି। ଯେଉଁମାନଙ୍କ ଘରେ ଆଂଶିକ କ୍ଷତି ପହଞ୍ଚି ଥିଲା ସେମାନଙ୍କୁ ସହାୟତା ମିଳି ନ ଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.