Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ଚାଷୀ ଆନ୍ଦୋଳନକୁ ପୁରିଲା ୧୦୦ ଦିନ : ଏବେବି ଦିଲ୍ଲୀ ସୀମାରେ ଚାଷୀ, ସରକାର ନିରବ

5/03/2021 at 7:40 PM

ନୂଆଦିଲ୍ଲୀ ୦୫/୦୩ : ଦିଲ୍ଲୀ ସୀମାରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ୧୦୦ ଦିନ ପୂରିଛି । ସିଂଘୁ ସୀମାରୁ ଟୀକରୀ ସୀମା ଏପରିକି ଗାଜୀପୁର ସୀମାରେ ଚାଷୀଙ୍କ ଆନ୍ଦୋଳନ ଏବେବି ଜାରି ରହିଛି । ବହୁତ କିଛି ବଦଳିଛି କିନ୍ତୁ ଚାଷୀଙ୍କ ମୁଡ୍‌ ଯେମିତି ଥିଲା ସେମିତି ହିଁ ରହିଛି । ଚାଷୀ ଆନ୍ଦୋଳନର ଏହି ଶହେ ଦିନ ଭାରତ ଇତିହାସରେ ଲିପିବଦ୍ଧ ହୋଇ ରହିବ ଏଥିରେ ସନ୍ଦେହ ନାହିଁ । କାରଣ ଏହି ୧୦୦ ଦିନ ମଧ୍ୟରେ ଅନେକ କିଛି ଘଟିଛି । ଲାଲ କିଲ୍ଲାରୁ ଆରମ୍ଭ କରି ଦିଲ୍ଲୀ ରାଜରାସ୍ତା ଏକପ୍ରକାର ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଯେବେ ଚାଷୀ ଆନ୍ଦୋଳନ ଶେଷ ହେବ ଭାରତ ଇତିହାସରେ ଏହା ସବୁଠାରୁ ଲମ୍ବା ସମୟ ଧରି ଚାଲିଥିବା ଆନ୍ଦୋଳନ ମଧ୍ୟରେ ସ୍ଥାନ ପାଇବ ।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ପ୍ରବଳ ବିରୋଧ କରି ଏହାକୁ ପ୍ରତ୍ୟାହାର କରିବା ଦାବିରେ ଗତ ବର୍ଷ ନଭେମ୍ବର ୨୬ ତାରିଖରେ ପଞ୍ଜାବ ଓ ହରିୟାଣାରୁ ହଜାର ହଜାର ସଂଖ୍ୟାରେ ଚାଷୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନ ଆରମ୍ଭ କରିଦେଇଥିଲେ । ଡିସେମ୍ବର ୧ ତାରିଖରେ ସରକାର ଏବଂ ଚାଷୀ ନେତାଙ୍କ ମଧ୍ୟରେ ଏ ନେଇ ଆଲୋଚନା ଆରମ୍ଭ ହୋଇଥିଲା । କିନ୍ତୁ କୌଣସି ନିସ୍କର୍ଷ ବାହାରି ପାରିନଥିଲା ।

କେବଳ ଥରେ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ସହିତ ଚାଷୀ ନେତାମାନେ ପ୍ରାୟ ୧୧ ଥର ଆଲୋଚନା କରିଥିଲେ । ଏହା ପରେ ମଧ୍ୟ କୌଣସି ଖାସ୍‌ ରାସ୍ତା ବାହାରିପାରିନଥିଲା । ସରକାରଙ୍କ ଦ୍ବାରା ବିଭିନ୍ନ ପ୍ରସ୍ତାବ ଉପସ୍ଥାପିତ ହୋଇଥିଲେ ସୁଦ୍ଧା ଚାଷୀ ନେତାମାନେ ରୋକ୍‌ଠୋକ୍‌ ମନା କରିଦେଇଥିଲେ । ସରକାରଙ୍କ ପକ୍ଷରୁ ପ୍ରାୟ ଦେଢ ବର୍ଷ ପାଇଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଏହାକୁ ମଧ୍ୟ ଖାରଜ କରିଦେଇଥିଲେ ଚାଷୀନେତା ।

ଏହା ପରେ ଡିସେମ୍ବର ୮ ତାରିଖରେ ୩ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିଲେ ଚାଷୀ । ମାତ୍ର କିଛି ରାଜ୍ୟରେ ଏହାର ପ୍ରଭାବ ପଡିଥିବା ବେଳେ ଅନେକ ରାଜ୍ୟରେ କୌଣସି ପ୍ରଭାବ ପଡିନଥିଲା । ଡିସେମ୍ବର ୧୬ ତାରିଖରେ ଚାଷୀ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା । କିନ୍ତୁ ସୁପ୍ରିମକୋର୍ଟ ସୀମା ଖାଲି କରିବା ପାଇଁ କୌଣସି ଆଦେଶ ଦେବାକୁ ମନାକରିଦେଇଥିଲେ ।

ଜାନୁୟାରୀ ୨୬ ତାରିଖରେ ଦିଲ୍ଲୀ ସୀମାରେ ଟ୍ରାକ୍ଟର ଶୋଭାଯାତ୍ରା ବାହାର କରିବାକୁ ଚାଷୀଙ୍କ ପକ୍ଷରୁ ଦିଲ୍ଲୀ ପୋଲିସକୁ ଆବେଦନ କରାଯାଇଥିଲା । ଦିଲ୍ଲୀ ପୋଲିସ ପକ୍ଷରୁ ଅନୁମତି ମଧ୍ୟ ଦିଆଯାଇଥିଲା । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଚାଷୀଙ୍କ ଟ୍ରାକ୍ଟର ରାଲି ବାହାରି ପଡିଥିଲା । ଏହା ପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲଙ୍କାକାଣ୍ଡ ଘଟାଇଥିଲେ ଚାଷୀ । ପରିସ୍ଥିତି ଏପରି ହୋଇଥିଲା ଯେ, ଚାଷୀମାନେ ଲାଲ କିଲ୍ଲାକୁ ମଧ୍ୟ ନିଜ କବଜାକୁ ନେଇଯାଇଥିଲେ ।

୨୬ ଜାନୁଆରୀରେ ହୋଇଥିବା ହିଂସାକାଣ୍ଡ ପରେ ଲାଗୁଥିଲା ଆନ୍ଦୋଳନ ଶେଷ ହୋଇଯିବ । ଜାନୁଆରୀ ୨୮ରେ ଦିଲ୍ଲୀର ସମସ୍ତ ସୀମା ଖାଲିକରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ଦିଲ୍ଲୀ ପୋଲିସ । କିନ୍ତୁ ପୁଣି ଚାଷୀ ଆନ୍ଦୋଳନ ମୁଣ୍ଡ ଟେକି ଛିଡା ହୋଇଥିଲା । ଯାହାକି ବର୍ତ୍ତମାନ ମଧ୍ୟ ଜାରି ରହିଛି ।

ତେବେ ଚାଷୀଙ୍କ ସମସ୍ୟା କେବେ ସମାଧାନ ହେଉଛି ଏବଂ ନୂଆ କୃଷି ଆଇନକୁ ନେଇ ଆଗକୁ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ କଣ ରହୁଛି ତାହା ଦେଖିବା ବାକି ରହିଲା ।

   Related Posts