ଭାରତରେ କରୋନାକୁ ୧୦୦ଦିନ : ଅନ୍ୟ ଦେଶ ତୁଳନାରେ କେଉଁଠି ରହିଛି ଭାରତ ?

Published By : Prameya-News7 Bureau | May 09, 2020 IST

ନୂଆଦିଲ୍ଲୀ ୯।୫: ମେ’ ୮ରେ ଭାରତରେ କରୋନା ଭାଇରସ୍ ମହାମାରୀକୁ ପୁରିଛି ୧୦୦ ଦିନ । ଜାନୁଆରୀ ୩୦ରେ ଜଣେ ଡାକ୍ତରୀ ଛାତ୍ର ଚୀନ୍‌ର ଉହାନରୁ କେରଳର ତୁସୁରକୁ ଫେରି ଜ୍ବର ଏବଂ ଗଳା ଫୁଲିଥିବାର ଅଭିଯୋଗ କରିଥିଲେ। ଏହି ଛାତ୍ର SARS-Cov2 ପଜିଟିଭ୍ ପରୀକ୍ଷା କରିଥିଲେ । ଏହା ଥିଲା ଭାରତର ପ୍ରଥମ ମାମଲା । ସେହି ଦିନଠାରୁ କୋଭିଡ୍-୧୯ ଦେଶରେ ଜନଜୀବନକୁ ପ୍ରଭାବିତ କରିଛି । ଏହା ଏକ ଚିନ୍ତାର ବିଷୟ ଯେ ଦେଶ ଏପର୍ଯ୍ୟନ୍ତ ଏହି ମହାମାରୀର ଶିଖର ଦେଖିନାହିଁ ।

ପ୍ରଥମ ମାମଲା ରିପୋର୍ଟ ହେବାପରେ ପରବର୍ତ୍ତୀ ୩୦ ଦିନ ଅପେକ୍ଷାକୃତ ଠିକ୍ ରହିଥିଲା । ଏହାପରେ ମାମଲା ସଂଖ୍ୟାରେ ଧୀରେ ଧୀରେ ବୃଦ୍ଧି ଘଟିଥିଲା। ପ୍ରଥମ ୫୦ ଦିନରେ ଭାରତରେ ୨୦୦ରୁ କମ୍ ପଜିଟିଭ ମାମଲା ରିପୋର୍ଟ ହୋଇଥିଲା । ଅପ୍ରେଲ ଆରମ୍ଭରୁ ମାମଲା ବୃଦ୍ଧି ପାଇଛି ଏବଂ ମେ’ ମାସରେ ଭାରତରେ ୨୦୦୦ ରୁ ଅଧିକ ପଜିଟିଭ୍ ରିପୋର୍ଟ ଆସିଛି।

ଭାରତରେ ମହାମାରୀର ପ୍ରଥମ ୧୦୦ ଦିନରେ ଆମେରିକା କିମ୍ବା ବ୍ରିଟେନ୍ ତୁଳନାରେ ମାମଲା ସଂଖ୍ୟାରେ ଧିରେ ଧିରେ ବୃଦ୍ଧି ଘଟିଥିଲା। ଜାନୁଆରୀ ୨୧ରେ ଆମେରିକାରେ ପ୍ରଥମ ମାମଲା ରିପୋର୍ଟ ହୋଇଥିଲା ​​। ଫେବୃଆରୀ ଶେଷ ସୁଦ୍ଧା, ଆମେରିକାରେ ୬୮ଟି ମାମଲା ରିପୋର୍ଟ ହୋଇଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ଆମେରିକାରେ ମାମଲା ସଂଖ୍ୟା ୨୦୦,୦୦୦ରେ ପହଞ୍ଚିଛି।  ଆମେରିକାରେ ମହାମାରୀର ୧୦୦ତମ ଦିନ ସୁଦ୍ଧା ପଜିଟିଭ୍ ମାମଲା ଏକ ଲକ୍ଷ ଅତିକ୍ରମ କରିସାରିଛି।

ବ୍ରିଟେନରେ ଭାରତର ଗୋଟିଏ ଦିନ ପରେ ଅର୍ଥାତ୍ ଜାନୁଆରୀ ୩୧ରେ ପ୍ରଥମ ମାମଲା ରିପୋର୍ଟ କରାଯାଇଥିଲା। ଫେବୃଆରୀ ଶେଷ ସୁଦ୍ଧା ବ୍ରିଟେନରେ ୨୩ଟି ମାମଲା ରିପୋର୍ଟ ହୋଇଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ଏହି ସଂଖ୍ୟା ୨୫,୦୦୦କୁ ବୃଦ୍ଧି ପାଇଛି। ମେ’ ୭ ସୁଦ୍ଧା, ବ୍ରିଟେନରେ ୨,୦୦,୦୦୦ରୁ ଅଧିକ ପଜିଟିଭ୍ ରିପୋର୍ଟ ଆସିଥିଲା।

ମେ’ ମାସ ଆରମ୍ଭ ହେବାପରେ ଭାରତରେ କରୋନା ଭାଇରସ୍ ଭୟଙ୍କର ରୂପ ଦେଖାଇବା ଆରମ୍ଭ କରି ଦେଇଛି। ବର୍ତ୍ତମାନ ଆମେରିକା କିମ୍ବା ବ୍ରିଟେନ୍ ଅପେକ୍ଷା ଭାରତରେ ଅଧିକ ବେଗରେ ମାମଲା ବୃଦ୍ଧି ପାଉଛି। ଆମେରିକା ଏବଂ ବ୍ରିଟେନରେ ମାମଲା ସଂଖ୍ୟା ବହୁତ ଅଧିକ, କିନ୍ତୁ ଭାରତରେ ମାମଲା ବୃଦ୍ଧି କରିବାର ଗତି ବହୁତ ମନ୍ଥର କରିବାକୁ ପଡିବ ।

ଏପରି ପରିସ୍ଥିତିରେ ଟେଷ୍ଟିଂ ଗୁରୁତ୍ବପୂର୍ଣ୍ଣ ଫ୍ୟାକ୍ଟର ହେବ । ଏହା ସ୍ଥିର କରିବ ଯେ ଆଗକୁ ପରିସ୍ଥିତି କିପରି ରହିବ । କେଉଁ ରାଜ୍ୟ ଟେଷ୍ଟିଂ କରୁଛନ୍ତି ? କେଉଁ ରାଜ୍ୟ ପର୍ଯ୍ୟାପ୍ତ ହାରରେ ଟେଷ୍ଟିଂ କରୁଛନ୍ତି ? ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସେମାନେ ସଠିକ୍ ଲୋକଙ୍କୁ ପରୀକ୍ଷା କରୁଛନ୍ତି କି ନାହିଁ, ଏହାର ଉତ୍ତର ମିଳିନାହିଁ।

ମହାରାଷ୍ଟ୍ର ଏବଂ ଗୁଜୁରାଟ ପରି ଅଧିକ ପ୍ରଭାବିତ ରାଜ୍ୟ ଅଧିକ ଲୋକଙ୍କୁ ପରୀକ୍ଷା କରିବା ଉଚିତ୍। ଏହାସହ ଉଚ୍ଚ ପରୀକ୍ଷଣ ପଜିଟିଭିଟି ହାର (ଟିଆରପି) ଥିବା ତେଲେଙ୍ଗାନା ପରି ଏକ ରାଜ୍ୟ ମଧ୍ୟ ଅଧିକ ପରୀକ୍ଷଣ ଆବଶ୍ୟକ କରୁଛି । ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପରି ବୃହତ ଜନସଂଖ୍ୟା ବିଶିଷ୍ଟ ରାଜ୍ୟଗୁଡିକରେ ବହୁତ କମ୍ ଲୋକଙ୍କୁ ପରୀକ୍ଷା କରୁଛନ୍ତି ।

ଅଧିକରୁ ଅଧିକ ପରୀକ୍ଷଣ, କିନ୍ତୁ ପରୀକ୍ଷଣର ପଜିଟିଭିଟି ହାରକୁ ବଢାଇବାବାକୁ ନ ଦେବା ଏହା ରାଜ୍ୟମାନଙ୍କର ମନ୍ତ୍ର ହେବା ଉଚିତ୍ । ଯାହାଦ୍ବାରା ଆସନ୍ତା ୧୦୦ଦିନ ମଧ୍ୟରେ ମହାମାରୀ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରିତ ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.