୧୦୦ କୋଟି ଭ୍ୟାକସିନ୍‌ ଡୋଜ୍‌: ମୋଦୀ ସରକାରଙ୍କୁ ଶ୍ରେୟ ଦେଲେ ଥରୁର, ବର୍ଷିଲା କଂଗ୍ରେସ

Published By : Prameya-News7 Bureau | October 21, 2021 IST

ନୂଆଦିଲ୍ଲୀ ୨୧/୧୦:  ଦେଶରେ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜୋରଦାର ଚାଲିଛି। ଭାରତରେ ଏବେ ସୁଦ୍ଧା ୧୦୦ କୋଟି ଟିକାର ଡୋଜ୍‌ ଦିଆସରିଛି। ଗୁରୁବାର ଭାରତ ବିରଳ ରେକର୍ଡର ଅଧିକାରୀ ହୋଇଛି। ଅନେକ ବିକଶିତ ଦେଶ ଯାହା ଏବେ ବି ସ୍ବାପ୍ନ ଦେଖୁଛନ୍ତି ଇଣ୍ଡିଆ ତାହା ପୂରଣ କରିପାରିଛି। ୧୦୦ କୋଟି ଭ୍ୟାକସିନ ଡୋଜ୍‌ ଟିକା ଲାଗିଥିବା ବେଳେ ଏହାକୁ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁ ଭୂୟସୀ ପ୍ରଶଂସା ମଧ୍ୟ କରିଛନ୍ତି।

ଟିକାକରଣର ମାଇଲଖୁଣ୍ଟ ଅତିକ୍ରମ କରିବା ପରେ ଏହି ବିରାଟ ଉପଲବ୍ଧି ପାଇଁ ଶଶି ଥରୁର ମୋଦୀ ସରକାରଙ୍କୁ ଶ୍ରେୟ ଦେଇଛନ୍ତି। ସେପଟେ ମୋଦୀଙ୍କୁ ପ୍ରଶଂସା କରି ନିଜ ଦଳର ନେତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ସାଂସଦ ଶଶି ଥରୁର। କଂଗ୍ରେସର ପ୍ରବକ୍ତା ପବନ ଖେଡ଼ା ଥରୁରଙ୍କୁ ଟାର୍ଗେଟ କରି କହିଛନ୍ତି, ମୋଦୀ ସରକାରଙ୍କୁ ଶ୍ରେୟ ଦେବା ମହାମାରୀ ସମ୍ବନ୍ଧିତ କୂପ୍ରବନ୍ଧନ ପାଇଁ ଅସୁବିଧାରେ ପଡ଼ିଥିବା ଲକ୍ଷ ଲକ୍ଷ ପରିବାର ପାଇଁ ଅପମାନ ସଦୃଶ।

wp:html /wp:html

ଭାରତରେ କୋଭିଡ-୧୯ ଟିକାର ୧୦୦ କୋଟି ଡୋଜ୍‌ ଅତିକ୍ରମ କରିଥିବା ବେଳେ ଏହାକୁ ବଡ଼ ବିଜୟ ବୋଲି ମୋଦୀ ସରକାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ ଇତିହାସ ରଚିଦେଇଛି। ଏହା ଭାରତୀୟ ବିଜ୍ଞାନ, ଉଦ୍ୟମ ଏବଂ ୧୩୦ କୋଟି ଦେଶବାସୀଙ୍କ ଉତ୍ତମ ଭାବନା ଯୋଗୁଁ ସମ୍ଭବ ହୋଇପାରିଛି। ଏହା ଉପରେ ପ୍ରତିକ୍ରିୟା ଦେଇ ଥରୁର କହିଛନ୍ତି, ‘ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଆସନ୍ତୁ ଏହାର ଶ୍ରେୟ ସରକାରଙ୍କୁ ଦେବା।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.