ହାଥରସରେ ଦଙ୍ଗା କରିବାକୁ ବିଦେଶୀରୁ ଫଣ୍ଡିଙ୍ଗ୍ ହୋଇଛି ୧୦୦ କୋଟି, କେବଳ ମରିସସ୍‌ରୁ ଆସିଛି ୫୦ କୋଟି ଟଙ୍କା

Published By : Prameya-News7 Bureau | October 07, 2020 IST

ହାଥରସ ୦୭/୧୦ : ହାଥରସ କାଣ୍ଡ ବାହାନାରେ ଉତ୍ତର ପ୍ରଦେଶକୁ ଜାତିବାଦୀ ଦଙ୍ଗାର ରୂପ ଦେବା ଷଡଯନ୍ତ୍ରରେ ଯାଞ୍ଚ ଏଜେନ୍ସି ହାତରେ ଏକ ବଡ ସୁରାକ ଲାଗିଛି। ଯାଞ୍ଚ ଏଜେନ୍ସିକୁ ମିଳିଥିବା ପ୍ରମାଣରୁ ଏହା ଖୁଲାସା ହୋଇଛି ଯେ ଉତ୍ତର ପ୍ରଦେଶରେ ଦଙ୍ଗା କରିବାକୁ ଦେଶ ବିଦେଶରୁ ୧୦୦ କୋଟି ଟଙ୍କାରୁ ଅଧିକ ଫଣ୍ଡିଙ୍ଗ୍ ହୋଇଛି। ସୂତ୍ର ଅନୁଯାୟୀ, କେବଳ ମରିସସରୁ ୫୦ କୋଟି ଟଙ୍କା ଟ୍ରାନ୍ସଫର ହୋଇଛି। ବର୍ତ୍ତମାନ ହାଥରସ ମାମଲା ସହ ଜଡିତ ସବୁ ମାମଲାକୁ ସିବିଆଇକୁ ହସ୍ତାନ୍ତର କରାଯିବ। ହାଥରସ କାଣ୍ଡ ବାହାନାରେ ରାଜ୍ୟରେ ଦଙ୍ଗା କରିବାକୁ ରାଜଧାନୀ ଲକ୍ଷ୍ନୌ ହାଥରସ ସମେତ ଅନେକ ଥାନାରେ ଅନେକ ମାମଲା ରୁଜ୍ଜୁ ହୋଇଛି।

{"id":339948,"sizeSlug":"large"}

ହାଥରସ କାଣ୍ଡରେ ପ୍ରଥମେ ଏସଆଇଟି ଓ ସିବିଆଇ ଯାଞ୍ଚ ପାଇଁ ସୁପାରିଶ ପରେ ଏହି ମାମଲାରେ ଇଡି ମଧ୍ୟ ତଦନ୍ତରେ ଯୋଡି ହୋଇଯାଇଛି। ହାଥରସକୁ ନେଇ ହୋଇଥିବା ୱେବସାଇଟ 'ଜଷ୍ଟିସ ଫର ହାଥରସ ଭିକ୍ଟିମ୍' ର ଯାଞ୍ଚ ଇଡି କରିବ। ପ୍ରାଥମିକ ତଦନ୍ତରେ ଯାଞ୍ଚ ଏଜେନ୍ସି ଜାଣିବାକୁ ପାଇଥିଲେ ଯେ ପୀଡିତାଙ୍କୁ ନ୍ୟାୟ ଦେବା ନାଁରେ ରାତାରାତି ଏକ ୱେବସାଇଟ୍ ତିଆରି କରାଯାଇଥିଲା। ଏହି ୱେବସାଇଟ ଅନୁସାରେ ରାଜ୍ୟରେ ଦଙ୍ଗା କରାଇବାକୁ ଷଡଯନ୍ତ୍ର ହୋଇଥିଲା। ଏହି ୱେବସାଇଟ୍ ମାଧ୍ୟମରେ ଇସ୍ଲାମିକ ଦେଶରୁ ଫଣ୍ଡିଙ୍ଗ୍ ମଧ୍ୟ ହୋଇଥିଲା। ଏବେ ୱେବସାଇଟ୍ ଜରିଆରେ ଯେଉଁ ଖାତାକୁ ଟଙ୍କା ଆସିଛି ତାର ଯାଞ୍ଚ ଇଡି କରିବ। ଏହି ୱେବସାଇଟ୍ ପ୍ଲାଟଫର୍ମ କାର୍ଡ ଡଟ କମ ରେ କରାଯାଇଛି।

{"id":339950,"sizeSlug":"large"}

ଏହା ପୂର୍ବରୁ ମଙ୍ଗଳବାର ଦିନ ଦିଲ୍ଲୀରୁ ହାଥରସ ଯାଉଥିବା ୪ ଜଣଙ୍କୁ ମଥୁରା ପୋଲିସ ଗିରଫ କରିଥିଲା। ଏମାନେ ସମସ୍ତେ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ର ସଦସ୍ୟ ବୋଲି ଜଣାପଡିଛି। ଗିରଫମାନଙ୍କ ମଧ୍ୟରୁ ଜଣେ ବହରାଇଚର ଜରଵଲର ବାସିନ୍ଦା। ଏହା ଜାଣିବା ପରେ ଉତ୍ତର ପ୍ରଦେଶ ସକ୍ରିୟ ହୋଇଯାଇଛି। ବହରାଇଚ ପୋଲିସ କହିଛି ଯେ ଏହି ଅଞ୍ଚଳ ଇଣ୍ଡୋ-ନେପାଳ ସିମବର୍ତ୍ତୀ ଅଞ୍ଚଳ ଏବଂ କିଛି ସମୟରେ ପିଏଫଆଇ ସହିତ ଜଡିତ କିଛି ସଦସ୍ୟ ଗିରଫ ହୋଇଥିଲେ। ବର୍ତ୍ତମାନ ପତା କରିବାକୁ ଚେଷ୍ଟା କରାଯାଉଛି ଯେ ଉତ୍ତର ପ୍ରଦେଶ ଓ ଦେଶର ଅନ୍ୟ ଭାଗରେ ଜାତୀୟ ଓ ସାମ୍ପ୍ରଦାୟିକ ଦଙ୍ଗା କରିବାକୁ ଭାରତ ନେପାଳ ସୀମାରେ ପିଏଫଆଇ କଣ ଗତିବିଧି ଚଳେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.