ଘାତକ ହେଉଛି ହାଭାନା ସିଣ୍ଡ୍ରୋମ, ୧୦୦ CIA ଅଧିକାରୀ ଏବଂ ପରିବାର ସଦସ୍ୟ ଅସୁସ୍ଥ

Published By : Prameya-News7 Bureau | July 23, 2021 IST

ନୂଆଦିଲ୍ଲୀ ୨୩/୦୭ : ବିଶ୍ବରେ ଘାତକ ହେବାରେ ଲାଗିଛି ହାଭାନା ସିଣ୍ଡ୍ରୋମ । ଆମେରିକାରେ ଏହାର ଭୟାବହତା ଦେଖିବାକୁ ମିଳିଛି । ୧୦୦ ଜଣ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ହାଭାନା ସିଣ୍ଡ୍ରୋମ ଦ୍ବାରା ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ ପ୍ରାୟ ୨୦୦ ଆମେରିକୀୟ ଅଧିକାରୀମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇସାରିଲେଣି ।

ଆମେରିକାର ବିଶେଷଜ୍ଞମାନେ ଯଦିଓ ଏହା ଅସ୍ପଷ୍ଟ ବୋଲି କହିଛନ୍ତି ତଥାପି ଏହା ସମ୍ଭବତ ମାଇକ୍ରୋଓ୍ବେଭ୍ ବିକିରଣ ଦ୍ବାରା ହେଉଥାଇପାରେ ବୋଲି ଅନୁମାନ କରାଯାଉଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଯେ କି ପ୍ରଥମେ CIA ମୁଖ୍ୟ ଥିଲେ, କହିଛନ୍ତି ଯେ ଏହି ସିଣ୍ଡ୍ରୋମର କାରଣ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି ଏବଂ ଏଥିପାଇଁ କେଉଁ କାରଣ ଦାୟୀ ସେ ନେଇ ମଧ୍ୟ ପରୀକ୍ଷା ନିରୀକ୍ଷା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.