ପୁଣି ଜିଓର ବମ୍ପର ଧମାକା, ମିଳିବ ୧୦୦ ପ୍ରତିଶତ କ୍ୟାସବ୍ୟାକ, ଏହାସହ ମିଳିବ Ajioର ଶପିଂଗ କୁପନ

Published By : Prameya-News7 Bureau | January 14, 2019 IST

ଦିଲ୍ଲୀ ୧୪/୧ : ଟେଲିକମ କମ୍ପାନୀରେ ବଢୁଥିବା ପ୍ରତିଯୋଗୀତା ଭିତରେ ଶୁକ୍ରବାର ଦିନ ଜିଓ ନିଜ ଗ୍ରାହକଙ୍କ ପାଇଁ "ଜିଓ ହାପି ନିଉ ୟିର ଅଫର " ଘୋଷଣା କରିଛି | ଏହି ଅଫରରେ ୩୯୯ ଟଙ୍କା ରିଚାର୍ଜରେ ୧୦୦ ପ୍ରତିଶତ କ୍ୟାସବ୍ୟାକ ମିଳିବ | ଏହି ନୂଆ ଅଫର ଜାନୁଆରୀ ୩୧ ତାରିଖରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ | ଏହି ଅଫରକୁ ଫ୍ୟାସନ ପୋର୍ଟାଲ ଏଜିଓ ସହ ଟାଏ ଅପ କରାଯାଇଛି | ଏହାର ଅର୍ଥ ହେଲା କ୍ୟାସବ୍ୟାକ ରାଶି ଏଜିଓର ୩୯୯ ଟଙ୍କାର କୁପନ ଜରିଆରେ ମିଳିବ |

{"id":73769}

ଏହି କୁପନକୁ ଏଜିଓର ଅଫର ସହ ବ୍ୟବହାର କରାଯିବ | ନିକଟରେ ରିଲାଏନ୍ସ ଜିଓ ଜିଓ ସେଲିବ୍ରେସନ ପ୍ୟାକ ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଥିଲା | ଯାହାଫଳରେ ଜିଓ ସବସକ୍ରାଇବରଙ୍କୁ ୫ଦିନ ପାଇଁ ଅତିରିକ୍ତ ୨ଜିବି ଡାଟା ମିଳିବ | ଜିଓ ହାପି ନିଉ ୟିର ଅଫରରେ ରିଲାଏନ୍ସ ଜିଓର ୩୯୯ ଟଙ୍କାର ରିଚାର୍ଜ ପ୍ୟାକ କିଣୁଥିବା ଗ୍ରାହକଙ୍କୁ ୩୯୯ ଟଙ୍କାର ଏଜିଓର କୁପନ ମିଳିବ | ଏହି କୁପନ ମାୟୋଜିଓ ଆପର ମାଇଁ କୁପନ ସେକ୍ସନରେ ଉପଲବ୍ଧ |

{"id":73770}

ଏହାପରେ ଏହି କୁପନକୁ ଏଜିଓ ଆପ କିମ୍ବା ୱେବସାଇଟରେ କିଣାକିଣି କରିବା ପାଇଁ ବ୍ୟବହାର କରାଯାଇପାରିବ | କିନ୍ତୁ ଏଥିପାଇଁ ଅତିକମରେ ୧୦୦୦ ଟଙ୍କା ମୂଲ୍ୟର ଜିନିଷ କିଣାକିଣି କରିବାକୁ ପଡିବ | ଜିଓ ହାପି ନିଉ ୟିର ଅଫର ଡିସେମ୍ବର ୨୮ ତାରିଖରୁ ଆରମ୍ଭ ହୋଇଛି | ଏହି ଅଫର ଜାନୁଆରୀ ୩୧ ତାରିଖରେ ଉପଲବ୍ଧ ରହିବ | ଏଜିଓର କୁପନକୁ ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ବ୍ୟବହାର କରିବାକୁ ପଡିବ |

{"id":73771,"width":585,"height":339}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.