Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଚୋରା ମଦ ବିକ୍ରି ବେଳେ ଚଢାଉ: ୫ ହଜାର ଲିଟର ଦେଶୀ ମଦ ଜବତ, ୧୦୦ ଗିରଫ

24/07/2020 at 9:47 PM

ମାଲକାନଗିରି, ୨୪|୦୭:  ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ଅବକାରୀ ବିଭାଗ ବିପୁଳ ପରିମାଣର ଚୋରା ମଦ ଜବତ କରିଛି । ଏହି ଚଢାଉ ବେଳେ ୫ ହଜାର ଲିଟରରୁ ଅଧିକ ଦେଶୀ ମଦ ଜବତ ହୋଇଥିବା ବେଳେ ୧୦୦ଜଣଙ୍କୁ ଗିରଫ କରାଯାଇଛି ।

ଗତ କିଛିଦିନ ଧରି ଜିଲ୍ଲାପାଳ ମାନୀଷ ଅଗ୍ରଓ୍ୱାଲଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ମାଲକାନଗିରି ପୌରାଞ୍ଚଳ, ବାଲିମେଳା ଏନଏସି, ମାଲକାନଗିରି ଓ ମାଥିଲି ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଏହି ଚଢାଉରେ ୫୦୧୫ ଲିଟର ଦେଶୀ ମଦ, ୧୨ ଲିଟର ବିଅର, ୭୩୫୫ ଲିଟର ମହୁଲି, ୧୫୦ କ୍ୱିଣ୍ଟାଲ ମହୁଲି ଫୁଲ ଜବତ କରାଯାଇଛି । ଏହାସହ ମଦ ବିକ୍ରି କରିବା ଅଭିଯୋଗରେ ୧୦୦ଜଣଙ୍କୁ ଗିରଫ କରାଯାଇଛି ।

ଜିଲ୍ଲା ଅବକାରୀ ବିଭାଗ, ଓ ସ୍ୱତନ୍ତ୍ର କୋଭିଡ ସ୍କ୍ୱାର୍ଡ ପକ୍ଷରୁ ଗତ ମାସେ ହେଲା ଏହି ଚଢାଉ ଜାରି ରହିଛି । ଚଢାଉ ବେଳେ ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି ।

   Related Posts