Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

୪ ମାସର ନବଜାତର ହେଲା ମୃତ୍ୟୁ: ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଲା ୧୦ ବର୍ଷର ବାଳିକା

5/02/2020 at 3:35 PM

ନୂଆଦିଲ୍ଲୀ୫/୨:  ସଂଶୋଧିତ ନାଗରିକତା ଆଇନ୍‌ ବିରୋଧରେ ଦିଲ୍ଲୀ ଶାହୀନବାଗରେ ଗତ ଡିସେମ୍ବର ୧୫ ତାରିଖରୁ ଲଗାତର ଭାବେ ବିରୋଧ ପ୍ରଦର୍ଶନ ହୋଇଆସୁଛି। ବିରୋଧ ପ୍ରଦର୍ଶନ ସମୟରେ ଚାରି ମାସ  ଶିଶୁର ମୃତ୍ୟୁ ହୋଇଛି।  ଏହି ଘଟଣାରେ ମର୍ମାହତ ହୋଇ ୧୦ ବର୍ଷର ବାଳିକା ଗୁଣରତନ ସଦାବତାର ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଛି।

ଶାହୀନବାଗରେ ସଏଏ ବିରୋଧରେ ତୀବ୍ର ଅସନ୍ତୋଷ ଲାଗି ରହିଛି। ଏପରି କି ସ୍ଥାନୀୟ ଲୋକେ ଖୋଲାମେଲା ସ୍ଥାନରେ ବସି ପ୍ରଦର୍ଶନ ଜାରି ରଖିଛନ୍ତି। ଚାରି ମାସର ଶିଶୁ ବି ଏଥରୁ ବାଦ ପଡ଼ି ନାହିଁ। ଚାରି ମାସ ଶିଶୁର ମାଆ ହେଉଛନ୍ତି ନାଜିଆ। ନାଜିଆ ଓ ତାଙ୍କ ସ୍ବାମୀ ସାଙ୍ଗରେ ୪ ମାସର ଶିଶୁକୁ ଧରି ଖୋଲା ସ୍ଥାନରେ ସିଏଏ ବିରୋଧ କରି ପ୍ରଦର୍ଶନ କରିଥିଲେ। ବାହାର ପବନ ଓ ଥଣ୍ଡା ଯୋଗୁଁ ଚାରି ମାସର ମହମ୍ମଦକୁ ଜ୍ବର ହୋଇଯାଇଥିଲା। ତାକୁ ହସ୍ପିଟାଲରେ ଦେଖାଇବା ପରେ ବୁଧବାର ଅର୍ଥାତ ଆଜି ତାର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ବୀର ପୁରସ୍କାର ପାଇଥିବା ୧୦ ବର୍ଷର ବାଳିକା ଗୁଣରତନ ସୁପ୍ରିମକୋର୍ଟଙ୍କୁ ଚିଠି ଲେଖିଛନ୍ତି।

ଗୁଣରତନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଛୋଟ ପିଲା ଓ ନବଜାତ ଶିଶୁଙ୍କର ଭୁଲ୍ କଣ? ସିଏଏ ପାଇଁ ନବଜାତର ମୃତ୍ୟୁ ହୋଇଛି। ଅଖିଆପିଆ ମାଆ ଓ ବାପାଙ୍କ ସାଙ୍ଗରେ କାହିଁକି ସେମାନେ ଧାରଣରେ ବସିବେ। ଏହିଭଳି ଅନେକ କଥା ଗୁଣରତନ ଚିଠିରେ ଉଲ୍ଲେଖ କରିଛନ୍ତି। ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀ ଶାହୀନବାଗରେ ଗତ ସପ୍ତାହରୁ ବିକ୍ଷୋଭ ଜାରି ରହିଛି।

   Related Posts