୧୦ ବର୍ଷର ଝିଅର ତଣ୍ଟି କାଟି ହତ୍ୟା କଲା ନୃଶଂସ ବାପା
31/05/2018 at 6:08 AM

ନୃସଂଶତାର ସବୁ ସୀମା ଟପିଲା ବାପା | ବାରିପଦା ସଦର ଥାନା ଅନ୍ତର୍ଗତ ଗୋବର୍ଦ୍ଧନତୋଳ ଗାଁରେ ଅଭାବନୀୟ ଘଟଣା | ଝିଅର ତଣ୍ଟି କାଟି ହତ୍ୟା କଲା ବାପା | ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି | ତେବେ ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି | ଘଟଣାସ୍ଥଳରେ ପହଞ୍ଚି ସଦର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି | ଅଭିଯୁକ୍ତ ବାପାକୁ ଗିରଫ କରିଛି ପୋଲିସ | ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଛୁରୀ ଓ ଦାଆ ଜବତ କରାଯାଇଛି |
Related Posts
ନବୀକରଣ ହେବ ଆଠଗଡ଼ ପୁରୁଣା ତହସିଲ କାର୍ଯ୍ୟାଳୟ
3 March 2021