୧୦ ବର୍ଷ ବୟସରେ ୩ ହଜାର ଫୁଟ ଉଚ୍ଚ ପର୍ବତ ଆରୋହଣ କରି ବିଶ୍ୱ ରେକର୍ଡ କଲେ ନାବାଳିକା
22/06/2019 at 4:43 PM

ୱାସିଂଟନ ୨୨/୬ : ସୋସିଆଲ ମିଡ଼ିଆରେ ଜଣେ ନାବାଳିକାଙ୍କ ଜୋରସୋରରେ ଚର୍ଚ୍ଚା ହେଉଛି । ସେଲାହ ସ୍କେନେତର ନାମକ ଆମେରିକୀୟ ନାବାଳିକା ଜଣକ ସ୍ୱତନ୍ତ୍ର ବିଶ୍ୱ ରେକର୍ଡ କରିଛନ୍ତି । ୧୦ ବର୍ଷ ବୟସରେ ସେଲାହ ଆମେରିକାର କାଲିଫର୍ନିଆର ୟେସେମିତେ ପାର୍କ ସ୍ଥିତ ଇଏଲ କ୍ୟାପିଟନ ପର୍ବତ ଆରୋହଣ କରି ବିଶ୍ୱ ରେକର୍ଡ କରିଛନ୍ତି ।

ଇଏଲ କ୍ୟାପଟେନ ପର୍ବତର ଉଚ୍ଚତା ପାଖାପାଖି ୩ ହଜାର ଫୁଟ । ଏହି ପର୍ବତ ଆରୋହଣ କରିବା ଅତ୍ୟନ୍ତ ବିପଦଜନକ । ଏହି ପର୍ବତ ଆରୋହଣ ବେଳେ ଏ ପର୍ଯ୍ୟନ୍ତ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ତେବେ କୌଣସି ଅସୁବିଧାରେ ନପଡ଼ି ସେଲାହ ଏହି ପର୍ବତ ଆରୋହଣ କରିବା ଆଶ୍ଚର୍ଯ୍ୟଜନକ ନିଶ୍ଚୟ ।

ସେଲାହ ସ୍କେନେତର କହିଛନ୍ତି ପର୍ବତ ଆରୋହଣ କରିବା ତାଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକ ଥିଲା । ସେ ଏଥିପାଇଁ ବହୁତ ଖୁସି । ପର୍ବତ ଆରୋହଣ ପରେ ସେ କହିଛନ୍ତି ସେ ନିଜେ ମଧ୍ୟ ବିଶ୍ୱାସ କରି ପାରୁନାହାନ୍ତି ଯେ ସେ ଇଏଲ କ୍ୟାପଟେନ ପର୍ବତ ସଫଳତାର ସହ ଆରୋହଣ କରିଛନ୍ତି ।

ଇଏଲ କ୍ୟାପଟେନ ପର୍ବତ ଆରୋହଣ କରିବା ତାଙ୍କର ସ୍ବପ୍ନ ଥିଲା ଏବଂ ସେ ଏହି ସ୍ବପ୍ନ ପୁରା କରିଛନ୍ତି ବୋଲି କହିଛନ୍ତି ।

ମାତ୍ର ୧୦ ବର୍ଷ ବୟସରେ ସେଲାହ ୩ ହଜାର ଫୁଟ ଉଚ୍ଚ ପର୍ବତ ଆରୋହଣ କରି ପ୍ରମାଣ କରି ଦେଇଛନ୍ତି ଯେ, ଇଛା ଶକ୍ତି ଆଗରେ ସବୁକିଛି ହାର ମାନିଥାଏ । ଦୃଢ ଇଛା ଶକ୍ତି ସବୁ ଅସମ୍ଭବ ସମ୍ଭବ ହୋଇଥାଏ । ତେବେ ସେଲାହଙ୍କ ମନୋବଳ ବଢିାଇବା ପାଇଁ ତାଙ୍କ ସହ ତାଙ୍କ ପିତା ମାଇକ ଏବଂ ତାଙ୍କ ବନ୍ଧୁ ମାର୍କ ମଧ୍ୟ ଥିଲେ ।
