Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ : ଭାଇରାଲ ହେଉଛି ୧୦ ବର୍ଷ ତଳର ଭିଡିଓ, ଟିମ ଇଣ୍ଡିଆରେ ଏବେବି ରହିଛି ହାର୍ଦ୍ଧିକଙ୍କ ଦବଦବା

1/07/2021 at 7:18 PM

ନୂଆଦିଲ୍ଲୀ ୦୧/ ୦୭ :  ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପାୱାର ହିଟିଙ୍ଗ ପାଇଁ ବେଶ ଜଣାଶୁଣା । ବର୍ତ୍ତମାନ ଭାରତୀୟ ଟିମ ସହ ସେ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି । ଭାରତ ସେଠାରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଏବଂ ଟି -୨୦ ଅନ୍ତର୍ଜାତୀୟ ସିରିଜ୍ ଖେଳିବ | ୨୦୧୬ରେ ପାଣ୍ଡ୍ୟା ତାଙ୍କର ଆନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଚମତ୍କାର ପ୍ରଦର୍ଶନ କରି ପାଣ୍ଡ୍ୟା ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ହାସଲ କରିଥିଲେ।

ହାର୍ଦ୍ଧିକ ପାଣ୍ଡ୍ୟା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ୨୦୧୧ରେ ଏକ ସ୍ଥାନୀୟ ଟୁର୍ନାମେଣ୍ଟରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଇନଷ୍ଟାଗ୍ରାମର ୱାର୍ଲ୍ଡ କ୍ରିକେଟର ନାମକ ଆକାଉଣ୍ଟରୁ ସେୟାର କରାଯାଇଛି ଏବଂ ହାର୍ଦ୍ଦିକ ଏହି ଲିଙ୍କକୁ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି।

ଏହି ଭିଡିଓଟି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଇପିଏଲ୍ କ୍ୟାରିୟର ଆରମ୍ଭ ପୂର୍ବର ମ୍ୟାଚ୍ ବୋଲି ଜଣାପଡିଛି । ୨୦୧୫ ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଆଇପିଏଲ୍ ଡେବ୍ୟୁ କରିଥିଲେ। ହାର୍ଦ୍ଦିକ ଆଇପିଏଲର ଅନ୍ୟ କୌଣସି ଫ୍ରାଞ୍ଚାଇଜ୍ ଦଳ ସହ ଜଡିତ ହୋଇନାହାଁନ୍ତି ଏବଂ ୨୦୧୫ ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସର ଏକ ଅଂଶ ହୋଇ ରହିଛନ୍ତି। ଏହି ୨୦୧୧ର ଭିଡିଓରେ ହାର୍ଦ୍ଦିକ ବ୍ୟାଟିଂ କରିବାକୁ ଆସିବା କ୍ଷଣି ଆରମ୍ଭରୁ ହିଁ ବଡ ସଟ୍‌ ମାରୁଛନ୍ତି ।

ବରୋଦା କ୍ରିକେଟର ସଫଳ ଅଲରାଉଣ୍ଡର ବର୍ତ୍ତମାନ ଭାରତୀୟ ଦଳରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ହାର୍ଦ୍ଦିକ ଭାରତ ପାଇଁ ୧୧ ଟି ଟେଷ୍ଟ, ୬୦ଟି ଅନ୍ତର୍ଜାତୀୟ ଦିନିକିଆ ଏବଂ ୪୮ ଟି -୨୦ ମ୍ୟାଚ ଖେଳିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କପିଳ ଦେବଙ୍କ ସହ ତୁଳନା କରାଯାଇଛି । ହାର୍ଦ୍ଧିକ ଦ୍ରୁତ ବୋଲର ତାସହିତ ମିଡିଲ ଅର୍ଡରରେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବଂ ବିଚକ୍ଷଣ ଫିଲଡର ମଧ୍ୟ । ଏହା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି ଏବଂ ସେ ସ୍ପିନ୍ ଅଲରାଉଣ୍ଡର ଭାବରେ ଟିମ୍ ଇଣ୍ଡିଆ ପାଇଁ ଖେଳୁଛନ୍ତି । ବହୁ ସଂଘର୍ଷ ପରେ ପାଣ୍ଡ୍ୟା ବ୍ରଦର୍ସ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ।

   Related Posts