Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମଦୁଆ ବାପାର ମାତାଲ ସାଙ୍ଗ ଝିଅକୁ କରୁଥିଲେ ଅସଦାଚରଣ : ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଦୃଷ୍ଟିହୀନ

24/12/2019 at 5:31 PM

ମୁମ୍ବାଇ୨୪।୧୨: ମହାରାଷ୍ଟ୍ରର ଦିନଦୋଷୀ ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଯୌନ ଉତ୍ପୀଡନ ମାମଲା । ପୋଲିସ ମାମଲାରେ ଜଣେ ୨୪ବର୍ଷର ବ୍ୟକ୍ତିଙ୍କ ସମେତ ୩ଜଣଙ୍କ ନାମରେ ମାମଲା ରୁଜୁ କରିଛି । ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ , ଅନ୍ୟ ୨ଜଣ ଫେରାର ଅଛନ୍ତି । ତିନିଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଦୃଷ୍ଟୀହୀନ ଥିବା ସୂଚନା ରହିଛି ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ଗୋରେଗାଓଁରେ ନିଜର ଦୁଇ ଛୋଟ ଭଉଣୀ ଓ ବାପାଙ୍କ ଜଣେ ନାବାଳିକା ରହୁଥିଲେ । ଏହି ପରିବାର ପୂର୍ବରୁ ବିରାରେ ବାସ କରିଆସୁଥିଲେ । କିନ୍ତୁ ବର୍ଷ ଆରମ୍ଭରୁ ପରିବାର ଗୋରେଗାଓଁରେ ବସବାସ କରୁଛନ୍ତି । ନାବାଳିକାଙ୍କ ବାପା ପ୍ରତ୍ୟେକ ଦିନ ମଦ ପିଇ ଘରକୁ ଆସିଥାନ୍ତି । ନାବାଳିକା ସେମାନଙ୍କୁ କାକା କାକା ବୋଲି ଡାକିଥାନ୍ତି । ଗତ କିଛି ଦିନ ତଳେ ନାବାଳିକାର ମା ଉଭୟ ପରିବାରକୁ ଛାଡି ଦେଇଛନ୍ତି । 

ପରିବାର ଯେତେବେଳେ ବିରାରରେ ରହୁଥିଲେ, ସେତେବେଳେ ତିନିଜଣ ବ୍ୟକ୍ତି ତାଙ୍କ ଘରକୁ ପ୍ରତିଦିନ ଆସଥାନ୍ତି । ବେଳେବେଳେ ପିତାଙ୍କ ଅନୁପସ୍ଥିତିରେ ମଧ୍ୟ ଆସିଥାନ୍ତି । ଏବଂ ନାବାଳିକାକୁ ଅନୁପଯୁକ୍ତ ଉପାୟରେ ସ୍ପର୍ଶ କରିଥାନ୍ତି । ପରେ କିଛି ଦିନପରେ ପରିବାର ଅନ୍ୟ ଏକ ସ୍ଥାନରେ ଯାଇ ବସବାସ କରୁଥିଲେ । କିନ୍ତୁ ସେହି ତିନି ବ୍ୟକ୍ତି ନାବାଳିକାଙ୍କ ବାପାଙ୍କୁ ଭେଟିବା ବାହାନାରେ ଆସିବା ଆରମ୍ଭ କରିଥିଲେ ।  ନାବାଳିକାଙ୍କ ବାପା କାମକୁ ଯିବାପରେ ଅଭିଯୁକ୍ତମାନେ ପୀଡିତାଙ୍କ ସହ ଅସଦାଚରଣ ବ୍ୟବହାର କରିଥାନ୍ତି ।

ପୀଡିତା ଜଣଙ୍କ ଏ ଘଟଣା ସମ୍ପର୍କରେ ନିଜର ଜଣେ ସାଙ୍ଗକୁ ଜଣାଇଥିଲେ । ନାବାଳିକାର ସାଙ୍ଗ ଜଣଙ୍କ ଯାଇ ନିଜ ମାଆଙ୍କ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ । ମହିଳା ଜଣଙ୍କ ଏକ NGOରେ କାମ କରନ୍ତି । ପେର ମହିଳାଜଣଙ୍କ ପୀଡିତାଙ୍କ ଘରକୁ ଯାଇ ପୀଡିତାଙ୍କ ସହିତ ସମସ୍ତ ଘଟଣା ସମ୍ପର୍କରେ କଥା ହୋଇଥିଲେ । ତାପରେ ନାବାଳିକାକୁ ନେଇ ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଦିନଦୋଷୀ ପୋଲିସ  POSCO ଆକ୍ଟ ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ପୋଲିସର ପ୍ରାଥମିକ ତଦନ୍ତରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ୨ଜଣ ଫେରାର ଅଛନ୍ତି । ନାବାଳିକାକୁ ବାଳ ଗୃହରେ ରଖାଯାଇଛି । ନାବାଳିକାର ପରିବାର ଚିନ୍ତା କରୁଛି ଯେ, ଫେରାର ଥିବା ଦୁଇ ଅଭିଯୁକ୍ତ ନାବାଳିକା କ୍ଷତି ପହଞ୍ଚାଇପାରିବେ ବୋଲି ଆଶଙ୍କା କରିଛନ୍ତି ।

   Related Posts