Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଛୋଟ ବୟସରେ ବଡ ଟ୍ୟାଲେଣ୍ଟ୍ : ଗୋଟିଏ ମିନିଟ୍‌ରେ ୧୯୬ ମ୍ୟାଥ୍ ପ୍ରୋବ୍ଲେମ୍ ସଲ୍ଭ କରି ଗିନିଜ୍ ୱାର୍ଲଡ୍ ରେକର୍ଡ କଲେ ୧୦ ବର୍ଷର ଶିଶୁ

7/07/2020 at 5:58 PM

ଲଣ୍ଡନ ୦୭/୦୭ : କରୋନା ଓ ଲକଡାଉନ୍ ଯୋଗୁଁ ଘରେ ବନ୍ଦ ଥିବା ଲୋକଙ୍କ ବିଭିନ୍ନ ପ୍ରତିଭା ପ୍ରକଟିତ ହେଉଛି | ଲୋକେ ନାନା କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ସହ ନୂଆ ନୂଆ ଜିନିଷ ମଧ୍ୟ ଶିକ୍ଷା କରୁଛନ୍ତି | ଇଂଲଣ୍ଡରେ ଜଣେ ୧୦ ବର୍ଷର ଶିଶୁ ଗୋଟିଏ ମିନିଟରେ ଗଣିତର ୧୯୬ ପ୍ରୋବ୍ଲେମ୍ ସଲ୍ଭ କରି  ଗିନିଜ୍ ୱାର୍ଲଡ ରେକର୍ଡ କରିଛନ୍ତି |

ଲାଇଟ୍ ସ୍ପିଡ଼ରେ ମ୍ୟାଥ୍ ପ୍ରୋବ୍ଲେମ୍ ସଲ୍ଭ କରୁଥିବା ନାଦୁବ୍ ଗିଲଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି | ଭିଡିଓରେ ନାଦୁବ୍ ଲାପଟପରେ ବିଜୁଳି ସ୍ପିଡ଼ରେ ମ୍ୟାଥ୍ ପ୍ରବ୍ଲେମ୍ ସଲ୍ଭ କରୁଥିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ପାକିସ୍ତାନର ନାଦୁବ୍ ଅନଲାଇନ୍ ମ୍ୟାଥ୍ ଟେବୁଲ୍ ଲର୍ଣ୍ଣିଙ୍ଗ୍ ଆପ୍ ‘ଟାଇମ୍ସ ଟେବୁଲ୍ ରକ୍ ଷ୍ଟାର୍ସ’ରେ ଏହି ରେକର୍ଡ କରିଛନ୍ତି | ଟପ୍ ସ୍କୋରର ଖୋଜିବାକୁ ଏହି ଆପ୍ ଗିନିଜ୍ ୱାର୍ଲଡ ରେକର୍ଡ ସହ ଚୁକ୍ତି କରିଥିଲା | ନାଦୁବ୍ ୬୦ ସେକେଣ୍ଡରେ ୧୯୬ ସ୍କୋର କରିଥିଲେ | ନାଦୁବଙ୍କ ଟ୍ୟାଲେଣ୍ଟର ପ୍ରଶଂସା କରି ଟିଟି ରକ୍ ଷ୍ଟର୍ସ୍ ନିଜ ଅଫିସିଆଲ୍ ପେଜରେ ନାଦୁବଙ୍କ ଏକ ଭିଡିଓ ସେୟାର କରିଛନ୍ତି |

   Related Posts