୧୦ ବର୍ଷର ବାଳକ ସୁପର ଚୋର ! ମାତ୍ର ୩୦ ସେକେଣ୍ଡରେ ବ୍ୟାଙ୍କରୁ ଉଠେଇନେଲା ୧୦ଲକ୍ଷ ଟଙ୍କା

Published By : Prameya-News7 Bureau | July 15, 2020 IST

ନିମଚ୍‌ ୧୫।୭:  ମଧ୍ୟପ୍ରଦେଶ ନିମଚ୍‌ରେ ଜଣେ ୧୦ ବର୍ଷର ବାଳକ ଲୁଟିଛି  ବ୍ୟାଙ୍କ୍,  ଏହାବି  ସ୍ପଷ୍ଟ ଦିବାଲୋକରେ ଓ ସମସ୍ତଙ୍କ ନଜରରେ। ମାତ୍ର ୩୦ ସେକେଣ୍ଡରେ ବାଳକ ଲୁଟି ନେଇଛି ୧୦ଲକ୍ଷ ଟଙ୍କା। ତେବେ ଏହା ସାଇବର ଅପରାଧ ନୁହେଁ। ଦୂରରେ ରହି ଲୋକଙ୍କ ଆକାଉଣ୍ଟରୁ ବି ଚୋରି କରିନି ବାଳକ। ହେଲେ ବ୍ୟାଙ୍କରୁ କିପରି ଟଙ୍କା ଲୁଟ୍ କରିଛି ଜାଣିଲେ କେହିବି ତାଜ୍ଜୁବ ହେବା ନିଶ୍ଚିତ। କୌଣସି ପେଷାଦାର ଅପରାଧୀ ବି କେବେ ଏପରି ବ୍ୟାଙ୍କ ଲୁଟର ପରିକଳ୍ପନା ମଧ୍ୟ କରିନଥିବ। ତେବେ ଆସନ୍ତୁ ଜାଣିବା କିପରି ନିମିଷେକରେ ବ୍ୟାଙ୍କରୁ ବିପୁଳ ଟଙ୍କା ଲୁଟି ନେଇଛି ବାଳକ । 

{"id":300990,"sizeSlug":"large"}

ଏହି ଘଟଣା ନିମଚ୍ ଜିଲ୍ଲା ଜାବଦ ଅଞ୍ଚଳରେ ହୋଇଛି। ଏଠାକାର କେନ୍ଦ୍ରୀୟ ସମବାୟ ବ୍ୟଙ୍କରୁ ବାଳକ ସ୍ପଷ୍ଟ ଦିବାଲୋକରେ ଟଙ୍କା ଲୁଟ୍ କରିଛି। ଯାହାର ଟେର ବି ପାଇ ନାହାନ୍ତି ବ୍ୟାଙ୍କ କର୍ମଚାରୀ କି ସେତେବେଳେ ସେଠାରେ ଉପସ୍ଥିତ ଥିବା ଗ୍ରାହକ ଅଥବା ସୁରକ୍ଷା କର୍ମୀ। ବାଳକ ଟଙ୍କା ଲୁଟ କରି ବ୍ୟାଙ୍କରୁ ସୁରକ୍ଷିତ ଖସି ପଳାଇବାରେ ବି ସକ୍ଷମ ହୋଇଛି।  ଚୋରି ହେବାରୁ ଆଲାର୍ମ ବାଜିଥିଲା, ସବୁ କିଛି ସ୍ୱଭାବିକ ଥିବା ଦେଖି ଚୋରି ପ୍ରତି କେହି ଧ୍ୟାନ ଦେଇ ନଥିଲେ।  ହେଲେ ସେତେବେଳକୁ ଟଙ୍କା ଭର୍ତ୍ତି ବ୍ୟାଗ ଧରି ବାଳକ ସମସ୍ତଙ୍କ ଆଖି ସାମ୍ନାରେ ଖସି ପଳାଇଥିଲା। 

{"id":300992,"width":578,"height":372,"sizeSlug":"large"}

ଏହା କୌଣସି ସିନେମା କାହାଣୀ ନୁହେଁ ମଙ୍ଗଳବାର ପୂର୍ବାହ୍ନରେ ଜାବଦ କେନ୍ଦ୍ରୀୟ କୋ-ଅପରେଟିଭ ବ୍ୟାଙ୍କ ବ୍ରାଞ୍ଚରୁ ଏପରି ନାଟକୀୟ ଢଙ୍ଗରେ ଟଙ୍କା ଚୋରି ହୋଇଛି ଯାହାର ଅଭିଯୁକ୍ତ ସିସିଟିଭି କ୍ୟାମେରାରେ ମଧ୍ୟ ଧରାପଡିନି। ବ୍ୟାଙ୍କରୁ ଟଙ୍କା ଲୁଟ ଘଟଣା ସିସିଟିଭି କ୍ୟାମେରାରୁ ଜଣାପଡିଛି।  ୧୪ ଜୁଲାଇ ପୂର୍ବାହ୍ନ ୧୧ଟା ୬ ମିନିଟ୍‌ରେ ଏକ ବାଳକ ହାତ ବଢେଇ କ୍ୟାସ୍ କାଉଣ୍ଟର କ୍ୟାସିୟରଙ୍କ ଟଙ୍କା ଟ୍ରେରୁ ଟଙ୍କା କାଢି ନେଉଥିବା ଦେଖାଯାଇଛି। ହେଲେ କ୍ୟାମେରା  ବାଳକର ଚେହେରା ଆସିନି।

{"id":300993,"width":578,"height":451,"sizeSlug":"large"}

ବ୍ୟାଙ୍କ କାରବାର ସମୟରେ ଗ୍ରାହକଙ୍କ ଭିଡ ଥିଲା। ଭିଡ ଭିତରେ ଓର କରି ବାଳକଟି କାହା ସହ ବ୍ୟାଙ୍କ ଶାଖାଭିତରକୁ ପ୍ରବେଶ କରିଥିଲା ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି। ହେଲେ କ୍ୟାସିୟର ଯେମିତି ତାଙ୍କ ଆସନରୁ ଉଠି ଅନ୍ୟ ଏକ କେବିନ୍‌କୁ ଯାଇଛନ୍ତି ବାଳକଟି ଠିକ୍ ସେତିକି ବେଳେ ମାପିଚୁପି ଟଙ୍କା ଟ୍ରେରୁ ଟଙ୍କା ବିଡା ବାହାର କରି ନିଜ ବ୍ୟାଗରେ ପୁରାଇ ବେଶ ସହଜରେ ବ୍ୟାଙ୍କରୁ ବାହାରି ଯାଇଛି। ତେବେ ବ୍ୟାଙ୍କର ସତର୍କ ଆଲାର୍ମ ବ୍ୟବସ୍ଥା ଚୋରି ହେବା ମାତ୍ରେ ବାଜି ଉଠିଥିଲା।  ସୁରକ୍ଷା କର୍ମୀଙ୍କ ଠାରୁ ଆରମ୍ଭ କରି ମ୍ୟାନେଜର ଓ ଉପସ୍ଥିତ ଗ୍ରାହକ ସମସ୍ତେ ସତର୍କ ହୋଇଯାଇଥିଲେ। ହେଲେ ସବୁ କିଛି ସ୍ୱଭାବିକ ଦେଖି କେହି ବି ପ୍ରତିକ୍ରିୟା ପ୍ରକାଶ କରିନଥିଲେ।

{"id":300996,"sizeSlug":"large"}

ତେବେ ସିସିଟିଭି ଯାଞ୍ଚ ବେଳେ ବାଳକର ୨ଟି ହାତ ଟଙ୍କା ବିଡା ସବୁ ଉଠାଇ ନେଉଥିବା ଦେଖି ମ୍ୟାନେଜର କ୍ୟାସ୍ ହିସାବ ଲାଗି କ୍ୟାସିୟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ୧୦ ଲକ୍ଷ ଟଙ୍କା ଗାୟବ ଥିବା ଜଣା ପଡିବା ପରେ ପୋଲିସକୁ ଖବର ଦିଆଯାଇଥିଲା।  ମଙ୍ଗଳବାରର ଏହି ଘଟଣାକୁ ୨୪ ଘଣ୍ଟା ପୁରି ଛି। ହେଲେ ଏପର୍ଯ୍ୟନ୍ତ ବ୍ୟାଙ୍କ ଲୁଟେରାର ଟେର ପାଉନି ପୋଲିସ। ଲୁଟ ଘଟଣାର ତଦନ୍ତରେ ପୋଲିସ ବ୍ୟାଙ୍କ ଆଖପାଖରେ ଥିବା ଉଠା ଦୋକାନୀଙ୍କୁ ପଚରା ଉଚରା କରିଛି। କିଛି ଏଣେତେଣେ ବୁଲୁଥିବା ପିଲାଙ୍କୁ ଥାନାକୁ ଧରି ନେଇ ପଚରା ଉଚରା ମଧ୍ୟ  କରାଯାଇଛି। ହେଲେ ଜାବଦ କେନ୍ଦ୍ରୀୟ କୋ-ଅପରେଟିଭ ବ୍ୟାଙ୍କ ଡକୈତୀର ଏପର୍ଯ୍ୟନ୍ତ ସୁରାଗ ଖୋଜି ପାଉନି ପୋଲିସ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.