Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଦେଶୀ ବନ୍ଧୁକରେ ଚୋର-ପୋଲିସ୍ ଖେଳୁଥିଲେ ନାବାଳକ : ଟ୍ରିଗର ଦବି ଚାଲିଗଲା ଜୀବନ

7/07/2020 at 4:19 PM

ଚନ୍ଦୌଲି ୭/୭: ଉତ୍ତରପ୍ରଦେଶର ଚନ୍ଦୌଲିରେ ଖେଳ-ଖେଳରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି। ଜଣେ ନିରୀହ ବାଳକର ଜୀବନ ଚାଲି ଯାଇଛି। ଘଟଣା ପରଠୁ ଗାଁରେ ଶୋକର ଛାୟା ଖେଳିଯାଇଛି। ସୂଚନା ମିଳିବା ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ନିଜ ହେପାଜତରେ ନେଇ କାର୍ଯ୍ୟାନୁଷ୍ଠାନରେ ଜୁଟି ଯାଇଥିଲେ।

ଘଟଣାଟି ଚନ୍ଦୌଲି ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ପଡ଼ୁଥିବା ଚକିଆ କୋତଓ୍ବାଲିର ବଲିୟା ଖୁର୍ଦ ଗାଁର ଗଢ଼ଓ୍ବା ବସ୍ତିର। ବସ୍ତିରେ ରହୁଥିବା ଚନ୍ଦ୍ରଭାନଙ୍କ ଘରେ ଚନ୍ଦ୍ରଭାନଙ୍କ ପୁଅ ଏବଂ ପଡ଼ୋଶୀର କିଛି ପିଲା ଚୋର-ପୋଲିସ୍ ଖେଳୁଥିଲେ।

ଖେଳୁଥିବାବେଳେ ଚନ୍ଦ୍ରଭାନଙ୍କ ୧୦ବର୍ଷର ପୁଅ ଘର ଭିତରକୁ ଯାଇ ଦେଶୀ ବନ୍ଧୁକ ଆଣିଥିଲା। ପିଲାମାନେ ବନ୍ଧୁକ ଧରି ଚୋର-ପୋଲିସ୍ ଖେଳିଥିଲେ। ହଠାତ୍ ଚନ୍ଦ୍ରଭାନଙ୍କ ପୁଅ ହାତରୁ ବନ୍ଧୁକର ଟ୍ରିଗର ଦବି ଯାଇଥିଲା। ଗୁଳି ସିଧା ଯାଇ ଚନ୍ଦ୍ରଭାନଙ୍କ ସାଙ୍ଗଙ୍କ ୧୨ବର୍ଷର ପୁଅ ରବି ଛାତିରେ ବାଜିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ସେପଟେ ଗୁଳି ଶବ୍ଦ ଶୁଣି ଘର ଲୋକେ ମଧ୍ୟ ବାହାରକୁ ବାହାରି ଆସିଥିଲେ। ଏହା ସହ ଆଖ ପାଖର ଲୋକେ ମଧ୍ୟ ପହଞ୍ଚି ଯାଇଥିଲେ। ସେଠାକାର ଦୃଶ୍ୟ ଦେଖି ଲୋକେ ସ୍ତବ୍ଧ ହୋଇ ଯାଇଥିଲେ। ଗାଁଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ଚକିୟା କୋତଓ୍ବାଲି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ମୃତଦେହକୁ ଉଦ୍ଧାର କରିଥିଲା।

ଚନ୍ଦ୍ରଭାନ ନିଜ ଘରେ ଜଙ୍ଗଲି ପଶୁଠୁ ସୁରକ୍ଷା ଏବଂ ସେମାନଙ୍କ ଶିକାର କରିବା ପାଇଁ ବେଆଇନ୍ ଦେଶୀ ବନ୍ଧୁକ ରଖିଥିଲେ ଯାହା ପିଲାଙ୍କ ହାତରେ ଲାଗି ଯାଇଥିଲା ଏବଂ ଖେଳ ଖେଳରେ ଜଣେ ନିରୀହ ବାଳକର ଜୀବନ ଚାଲି ଯାଇଥିଲା।

   Related Posts