Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଗତକାଲିଠାରୁ ନାଳରେ ଭାସିଯାଇଥିବା ନାବାଳକ ଏବେ ମଧ୍ୟ ନିଖୋଜ; ଉଦ୍ଧାର କାର୍ଯ୍ୟ ଜାରି

18/11/2018 at 5:53 PM

ପାଟଣା ୧୮/୧୧ : ପାଟଣାର ଏସକେ ପୁରୀ ଥାନା ଅନ୍ତର୍ଗତ ମୋହନପୁର ସମ୍ପର ଖୋଲା ନାଳରେ ଶନିବାର ଅପରାହ୍ନରେ ଦୀପକ ନାମକ ଜଣେ ୧୦ ବର୍ଷ ବାଳକ ପଡିଯାଇଥିଲେ | ଏବେ ଯାଏଁ ମଧ୍ୟ ଦୀପକଙ୍କ କୌଣସି ପତ୍ତା ମିଳିନାହିଁ | ଗତକାଲି ଠାରୁ ଦୀପକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ନାଳରେ ଅଧିକ ପ୍ରେସର ରେ ପାଣି ମଧ୍ୟ ଛଡା ଯାଇଥିଲା | ହେଲେ ମଧ୍ୟ ବାଳକର କୌଣସି ପତ୍ତା ମିଳିନାହିଁ |

ସୂଚନାଯୋଗ୍ୟ ଯେ, ଶନିବାର ଦିନ ରାସ୍ତାରେ ବୁଲୁଥିବା ଏକ ଗାଈ ଦୀପକଙ୍କୁ ଗୋଡେଇଥିଲା | ଗାଈଠୁ ରକ୍ଷା ପାଇବ ପାଇଁ ଦୀପକ ସମ୍ପ ହାଉସର କାନ୍ଥ ଉପରେ ଚଢ଼ିଯାଇଥିଲା | ସେଇଠୁ ସେ ନାଳରେ ଖସି ପଡ଼ିଥିଲେ | ଦୀପକଙ୍କ ସାଙ୍ଗମାନେ ଯେଉଁମାନେ ସେତେବେଳେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ କହିଥିଲେ ଯେ, ଦୀପକ ନାଳରେ ପଡିବା ପରେ ନାଳ ପାଣି ଫୋଟକା ଭଳି ଦେଖାଦେଇଥିଲା | ଏହାପରେ ସେମାନେ ଆଉ କିଛି ଜାଣିପାରିଲେ ନାହିଁ | ଦୀପକ ନିଜ ବାପାଙ୍କୁ ଅପରାହ୍ନ ଖାଇବା ଦେଇ ଦିନ ପ୍ରାୟ ଗୋଟାଏ ବେଳେ ଘରକୁ ଫେରିଥିଲେ | ଦୀପକ ସହିତ ତାଙ୍କର ଜଣେ ସାଙ୍ଗ ମଧ୍ୟ ଥିଲା | ରେଲୱେ ଲାଇନ ପାର ହେବାବେଳେ ଏକ ଗାଈ ତାଙ୍କୁ ଆକ୍ରମଣ କରିଥିଲା | ତେବେ ପ୍ରଶ୍ନ ଉଠୁଛି ସେଠାରେ ଗାଈ କଣ କରୁଥିଲା | ସେହି ନାଳ ପାଖରେ ଆଖପାଖରେ ରହୁଥିବା ଲୋକେ ଅଇଁଠା କିମ୍ବା ଅଳିଆ ପକାଇଥାନ୍ତି, ଯାହା ଖାଇବା ପାଇଁ ସେଠାରେ ବିଭିନ୍ନ ଅସହାୟ ପଶୁ ବୁଲୁଥାନ୍ତି |

ଦୀପକଙ୍କୁ ବଞ୍ଚାଇବା ପାଇଁ ସବୁ ଉଦ୍ୟମ ଜାରି ରହିଛି | ନାଳ ଭିତରେ ବିଭିନ୍ନ ଜାଗାରେ ବନ୍ଦ ହୋଇ ରହିଛି | ପ୍ରଶ୍ନ ଉଠିଛି ଯେ, ଗତ ୪୯ ବର୍ଷ ହେଲା ନାଳ କାହିଁକି ସଫା କରାଯାଇନାହିଁ ? ସିଏମସି କର୍ମଚାରୀଙ୍କ ପାଖରେ ନାଳର ନକ୍ସା କାହିଁକି ନାହିଁ ?

ଏନଡିଆରଏଫ ଏବଂ ଏସଡିଆରଏଫ ଟିମଙ୍କୁ ଦିନ ୨ଟା ବେଳେ ଖବର ଦିଆଯାଇଥିଲା କିନ୍ତୁ ସେମାନେ ଆସିଥିଲେ ଦିନ ୪ଟା ବେଳେ |
ତେବେ ଦୀପକଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ଯେ, ସେ ଭଲ ଥାଆନ୍ତୁ | ଦୀପକ ଜୀବନ୍ତ ଥିବା ନେଇ ପରିବାରଲୋକେ କିନ୍ତୁ ଆଶା ହାରିଦେଇଛନ୍ତି | ତଥାପି କହୁଛନ୍ତି ଯଦି ଦୀପକର ଶବ ମିଳିଯିବ ତାହେଲେ ମଧ୍ୟ ଆଶ୍ବସ୍ତି ମିଳିବ | ଆସନ୍ତୁ ସମସ୍ତେ ଦୀପକ ପାଇଁ ପ୍ରାର୍ଥନା କରିବା |

   Related Posts