ବାପା ମା'ଙ୍କ ଆକୁଳ ଗୁହାରି ବି ଶୁଣିଲେନି ଆତଙ୍କବାଦୀ : ଆଖି ସାମ୍ନାରେ ୧୦ ବର୍ଷର ବାଳକକୁ କଲେ ଭିଭତ୍ସଭାବେ ହତ୍ୟା

Published By : Prameya-News7 Bureau | March 23, 2019 IST

ଦିଲ୍ଲୀ ୨୩/୩ : ଜାମ୍ମୁ କାଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ଅଲଗା ଅଲଗା ସ୍ଥାନରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀ ୭ ଆତଙ୍କବାଦୀଙ୍କୁ ସଫା କରିଛନ୍ତି | ଗତକାଲି ବନ୍ଦିପୁରା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଲସ୍କରର ୨ ଆତଙ୍କବାଦୀ ନିହତ ହୋଇଥିଲେ |


ବନ୍ଦିପୁରାର ହାଜିନ ଅଂଚଳରେ ହୋଇଥିବା ଏନକାଉଣ୍ଟର ବେଳେ ଆତଙ୍କବାଦୀ ଜଣେ ୧୦ ବର୍ଷର ବାଳକକୁ କବ୍ଜା କରି ପକେଇଥିଲେ | କବ୍ଜା କରିବାର କିଛି ସମୟ ପରେ ବାଳକଙ୍କୁ ଆତଙ୍କବାଦୀମାନେ ମାରି ଦେଇଥିଲେ |
ସୋସିଆଲ ମିଡ଼ିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି | ଭିଡିଓରେ ୧୦ ବର୍ଷର ବାଳକ ଅତିଫ ମୀରଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ଆତଙ୍କବାଦୀଙ୍କୁ ଗୁହାରି କରୁଥିବା ଦେଖିବାକୁ ମିଳିଛି | ପରିବାର ଲୋକେ ଏବଂ ୧୦ ବର୍ଷର ଅତିଫଙ୍କୁ ଛାଡି ଦେବା ପାଇଁ ଆତଙ୍କବାଦୀଙ୍କୁ ଗୁହାରି କରିଥିଲେ | କିନ୍ତୁ ଲୋକଙ୍କ ଗୁହାରୀର କୌଣସି ପ୍ରଭାବ ଆତଙ୍କବାଦୀଙ୍କ ଉପରେ ପଡ଼ିନଥିଲା | ବରଂ ଆତଙ୍କବାଦୀମାନେ ନିର୍ଦୟ ଭାବେ ବାଳକକୁ ହତ୍ୟା କରିଥିଲେ | ଦୀର୍ଘ ୨୪ ଘଣ୍ଟାର ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ ୨ ଆତଙ୍କବାଦୀଙ୍କ ସହ ଅତିଫର ଶବ ଉଦ୍ଧାର ହୋଇଥିଲା |

blob:https://www.dailymotion.com/66e252c8-a723-4fee-ab85-a2dcaea5fc31


ଏନକାଉଣ୍ଟରରେ ନିହତ ହୋଇଥିବା ୨ ଆତଙ୍କବାଦୀ ଅଲ୍ଲୀ ଭାଇ ଏବଂ ହୁଜେଫ ଗତ ୫/୬ ବର୍ଷ ହେଲା କାଶ୍ମୀର ଘାଟିରେ ଆତଙ୍କବାଦୀ ଗତିବିଧିକୁ ସକ୍ରିୟ ରଖିଥିଲେ | ଅଲ୍ଲୀ ପାକିସ୍ତାନରୁ ଆସିଥିଲା ବୋଲି କୁହାଯାଉଛି |
ଆତଙ୍କବାଦୀମାନେ ଅତିଫଙ୍କ ଘରେ ଶରଣ ନେଇଥିଲେ | ଗତକାଲି ସନ୍ଧ୍ୟାରେ ଏଠାରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା | ଏନକାଉଣ୍ଟର ବେଳେ ବାପା ଓ ପୁଅ ୨ ଜଣ ଆତଙ୍କବାଦୀଙ୍କ ପାଖରେ ଫସି ଯାଇଥିଲେ | ତେବେ ବାପାଙ୍କୁ ସୁରକ୍ଷାକର୍ମୀ ସେଠାରୁ କୌଣସିମତେ ଉଦ୍ଧାର କରିଥିଲେ | କିନ୍ତୁ ୧୦ ବର୍ଷର ଅତିଫକୁ ଉଦ୍ଧାର କରିପାରିନଥିଲେ ଏବଂ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ |


ଅତିଫଙ୍କ ବାପା ମା' ଆତଙ୍କବାଦୀଙ୍କୁ ବହୁତ ଗୁହାରି କରିଥିଲେ ସୁଦ୍ଧା ସେମାନେ ତାଙ୍କ କଥା ଶୁଣିନଥିଲେ | ଅତିଫଙ୍କ ମା କହିଥିଲେ ଯେ, ତୁମେମାନେ ଆମ ପାଖରେ ଖାଉଥିଲ, ପିଉଥିଲ, ରହୁଥିଲ | ଆମେ ତୁମମାନଙ୍କର କେବେ କିଛି ଅସୁବିଧା କରିନାହୁଁ | ଦୟା କରି ମୋ ସ୍ୱାମୀ ଏବଂ ପୁଅକୁ ଛାଡିଦିଅ | କେବେ ାତଙ୍କବାଦୀ କିଛି ବି ଶୁଣିନଥିଲେ । ଗୁଳି କରି ବାଳକର ହତ୍ୟା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.