ସାବାସ ଅଦିତି : ମାତ୍ର ୧୦ ବର୍ଷର କୁନି ଝିଅକୁ ମିଳିଲା ‘ଅହଲ୍ୟା’ ଭୂମିକା, ଅଡିସନରେ ଥିଲେ ହଜାରେ ପ୍ରତିଯୋଗୀ
4/01/2021 at 5:36 PM

ମୁମ୍ବାଇ ୦୪/୦୧ : ଅଭିନୟ ଦୁନିଆରେ ପାଦ ରଖିବା ଆଜିର ପ୍ରତିଯୋଗିତାପୂର୍ଣ୍ଣ ସମୟରେ କିଛି ସହଜ କଥା ନୁହେଁ । ଏଥି ପାଇଁ ହଜାର ହଜାର ଲୋକ ବିଭିନ୍ନ ରିଅଲିଟି ସୋ କୁ ଅଡିସନ ଦେବାପାଇଁ ଆସୁଛନ୍ତି କିନ୍ତୁ ସିଲେକ୍ଟ କେବଳ ସେଇମାନେ ହେଉଛନ୍ତି ଯାହାଙ୍କ ପାଖରେ କିଛି ଅସାଧାରଣ ପ୍ରତିଭା ରହିଛି । ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ କୁନି କଳାକାରଙ୍କ ବିଷୟରେ କହିବୁ ଯିଏ କି ହଜାର ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ସୋନି ଟି.ଭି ରେ ଆରମ୍ଭ ହେବାକୁଥିବା ଧାରାବାହିକ ” ପୁଣ୍ୟଶ୍ଳୋକ ଅହଲ୍ୟାବାଈ ” ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ସେ ହେଲେ ‘ଅହଲ୍ୟା’ଙ୍କ ଭୂମିକା କରୁଥିବା ଅଦିତି ଜଲତରେ ।
ଅଦିତି ଜଲତରେଙ୍କର ଜନ୍ମ ୯ ସେପ୍ଟେମ୍ବର ୨୦୧୧ ମସିହା ନାଗପୁର (ମହାରାଷ୍ଟ୍ର ) ରେ ହୋଇଥିଲା । ଅଦିତିଙ୍କ ବୟସ ମାତ୍ର ୧୦ ବର୍ଷ ଏବଂ ସେ ଅନେକ ଗୁଡିଏ କମରସିଆଲ ଆଡ଼୍ ରେ ମଧ୍ୟ କାମ କରିଛନ୍ତି । ଧାରାବାହିକ ” ଅହଲ୍ୟାବାଈ ” ରେ ଅହଲ୍ୟା ଚରିତ୍ର ପାଇଁ ପ୍ରାୟ ୧୦୦୦ ରୁ ଅଧିକ ଶିଶୁ କଳାକାରଙ୍କର ଅଡିସନ ନିଆଯାଇଥିଲା । ଏହି ଧାରାବାହିକ ପାଇଁ ଅଡିସନ ପ୍ରକ୍ରିୟା ୮ମାସ ଧରି ଚାଲିଥିଲା, ଯାହାକି ବହୁ କଠିନ ଥିଲା ।
ଧାରାବାହିକର ନିର୍ଦେଶକ ଜ୍ୟାକ୍ସନ୍ ସେଠୀଙ୍କ କହିବା କଥା, ‘ଅହଲ୍ୟାବାଈଙ୍କ ଚରିତ୍ର ଗୋଟିଏ ଛୋଟ ପିଲା ପାଇଁ ଏକ ବଡ ଚ୍ୟାଲେଞ୍ଜ ଭଳି । ଏହି ସୋ ପାଇଁ ଏକ ସରଳ ଏବଂ ସୁଶୀଳ ଚେହେରା ଆବଶ୍ୟକ ଥିଲା । ମତେ ଲାଗୁଛି କି ଅଦିତି ରୂପରେ ଆମକୁ ମିଳିଯାଇଛି ଏବଂ ସେ ଏହି ଚରିତ୍ର ପାଇଁ ଆଇଡ଼ଲ ଚଏସ’ । ଅହଲ୍ୟାବାଇର ବାଲ୍ୟକାଳ ଚରିତ୍ର ପାଇଁ ଅଦିତି ଉପଯୁକ୍ତ ବୋଲି ନିର୍ଦେଶକ ଜ୍ୟାକ୍ସନ୍ ସେଠୀ କହିଛନ୍ତି |
ମରାଠା ସମ୍ରାଟଙ୍କ ରାଣୀଙ୍କ ଉପରେ ଆଧାରିତ କାହାଣୀ ” ଅହଲ୍ୟାବାଈ “ରେ ଅହଲ୍ୟା ଏବଂ ତାଙ୍କ ଶ୍ବଶୁରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଏଥିରେ ସ୍ଥାନ ଦିଆଯାଇଛି । ଏଥିସହିତ ଏହା ମଧ୍ୟ ଦେଖାଯିବ କି କିପରି ଭାବେ ମଫସଲ ଗାଁରୁ ଆସିଥିବା ଝିଅ ମରାଠା ସମ୍ରାଟଙ୍କ ରାଣୀ ହୋଇପାରିଥିଲେ । ୨୦୧୯ ରେ ଅଦିତି ମରାଠୀ ସୋ “ସିନ୍ଧୁ”ରୁ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ଏହାଛଡା ଆଦିତି “ମେରେ ସାଇ ” ଏବଂ “ରୂପ” ରେ ମଧ୍ୟ ନଜର ଆସିଥିଲେ ।