Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ସଙ୍କଟରେ ଆଇପିଏଲ୍: ୱାଙ୍ଖେଡା ଷ୍ଟାଡିୟମର ୧୦ କର୍ମଚାରୀ ଓ ଆଇପିଏଲ୍ ସହ ଜଡିତ ୬ ଇଭେଣ୍ଟ୍ ମ୍ୟାନେଜର୍ କରୋନା ପଜିଟିଭ୍

4/04/2021 at 2:56 PM

ନୂଆଦିଲ୍ଲୀ ୦୪/୦୪ : ଆଇପିଏଲ ଉପରେ କରୋନା ସଙ୍କଟ ମାଡି ଆସୁଛି। ଆସନ୍ତା ୯ ତାରିଖରୀ ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ଆଇପିଏଲ ଆରମ୍ଭ ହେବା ପୂର୍ବରୁ କିଛି ଖେଳାଳି ଓ ଟିମ ସହ ଜଡିତ ବ୍ୟକ୍ତି କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଅକ୍ଷର ପଟେଲ ଓ ୱାନଖଡେ ଷ୍ଟାଡିୟମର ୧୦ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ବିସିସିଆଇ ଦ୍ୱାରା ନିଯୁକ୍ତ ପ୍ରତିଯୋଗିତା ପ୍ରବନ୍ଧନ ସହ ଜଡିତ ୬ ସଦସ୍ୟ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଆଇପିଏଲରେ ପଜିଟିଭଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଆଇପିଏଲ ପ୍ରଥମ ମ୍ୟାଚ ମୁମ୍ବାଇ ଇଂଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। ୱାନଖଡେ ଷ୍ଟାଡିୟମରେ ଆଇପିଏଲ-୧୪ର ୧୦ ମ୍ୟାଚ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍ସ ନିଜର ପ୍ରଥମ ୫ଟି ମ୍ୟାଚ ମୁମ୍ବାଇରେ ଖେଳିବ। ଅପରପକ୍ଷରେ ମହାରାଷ୍ଟ୍ରରେ ଶୁକ୍ରବାର ଦିନ ୪୭ ହଜାର ମାମଲା ରେକର୍ଡ କରାଯାଇଛି। ତେଣୁ ରାଜ୍ୟରେ ସମ୍ଭାବିତ ଲକଡାଉନ ସ୍ଥିତି ନଜର ଆସିଛି। ମୁଖ୍ୟମନ୍ତ୍ରୀ ଲକଡାଉନ ସ୍ଥିତିକୁ ନେଇ ସଂକେତ ଦେଇଛନ୍ତି।

କରୋନା ସ୍ଥିତି ଯଦି ନିୟନ୍ତ୍ରଣ ବାହାରକୁ ଚାଲିଯାଏ ତାହେଲେ ଇନ୍ଦୋର ଓ ହାଇଦ୍ରାବାଦକୁ ଆଇପିଏଲ ‘ଷ୍ଟାଣ୍ଡ ବାଏ’ ସ୍ଥାନରେ ରଖାଯାଇଛି। ବିସିସିଆଇକୁ କୋଭିଡ ମାମଲା ବୃଦ୍ଧି ପାଉଥିଲେ ସୁଦ୍ଧା ଏପ୍ରିଲ ୧୦ ରୁ ୨୫ ତାରିଖ ମଧ୍ୟରେ ଏହି ସହରରେ ଆଇପିଏଲ ମ୍ୟାଚ ଆୟୋଜନ କରାଯିବା ନେଇ ଭରସା ରହିଛି। ବୋର୍ଡ କହିଛି ଯେ ଏତେ କମ ସମୟରେ ବିକଳ୍ପ ସ୍ଥଳରେ ବାୟୋ-ବବଲ୍ କରିବା ସମ୍ଭବ ନୁହେଁ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହାଇଦ୍ରାବାଦ ଷ୍ଟାଣ୍ଡ ବାଏ ସ୍ଥଳ ମଧ୍ୟରୁ ଗୋଟିଏ କିନ୍ତୁ ସମସ୍ତ ବ୍ୟବହାରିକ କାରଣକୁ ଦୃଷ୍ଟିରେ ରଖି ଏବେ ମୁମ୍ବାଇରେ ମ୍ୟାଚ ଆୟୋଜନ କରିବା ନେଇ ଚିନ୍ତା କରାଯାଉନାହିଁ। ଏତେ କମ ସମୟରେ ଆଉ ଏକ ବାୟୋ-ବବଲ୍ ତିଆରି କରିବା ସମ୍ଭବ ନୁହେଁ।

ମୁମ୍ବାଇରେ ବର୍ତ୍ତମାନ ମୁମ୍ବାଇ ଇଂଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ରାଜସ୍ଥାନ ରୟଲ୍ସ, ପଞ୍ଜାବ କିଙ୍ଗ୍ସ ଟିମ ଅଛନ୍ତି କିନ୍ତୁ ଏମାନଙ୍କ ମଧ୍ୟରୁ କୌଣସି ଟିମ ୱାନଖଡେ ଯାଇନାହାନ୍ତି। ଜଣେ ଅଧିକାରୀ କହିଛନ୍ତି, ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ବ୍ରେବୋର୍ନ ଷ୍ଟାଡିୟମ ଓ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ମଇଦାନରେ ଅଭ୍ୟାସ କରୁଛନ୍ତି। କୋଲକାତା ନାଇଟରାଇଡ଼ର୍ସ ଚେନ୍ନାଇ ଯିବା ପୂର୍ବରୁ ନବୀ ମୁମ୍ବାଇ ଡିୱାଇ ପାଟିଲ ଷ୍ଟାଡିୟମରେ ଅଭ୍ୟାସ କରିଥିଲା।

   Related Posts