ଖଲ୍ଲିକୋଟ୍ ବ୍ଲକ୍‌ର ୧୦ଟି ଗାଁ କଣ୍ଟେନମେଣ୍ଟ ଜୋନ୍ ଏବଂ ୨୨ଟି ଗାଁ ବଫର ଜୋନ୍ ଘୋଷିତ

Published By : Prameya-News7 Bureau | June 07, 2020 IST

ଖଲ୍ଲିକୋଟ ୭।୬: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ୍ ର ଆଇତିପୁର ଗ୍ରାମ ପଞ୍ଚାୟତର ବିରିପୁର ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହାସହ ନିକଟସ୍ଥ ୧୨ଟି ଗାଁକୁ ବଫର ଜୋନ୍ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଛି ।

{"id":282397,"sizeSlug":"large"}

ସେହିପରି ବାଦପଲି ପଞ୍ଚାୟତର ୯ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଓ ୧୦ଟି ଗାଁକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି ।

{"id":282398,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏହି ପଞ୍ଚାୟତର ବିଭିନ୍ନ କ୍ବାରେଣ୍ଟାଇନ୍ ସେଣ୍ଟରରେ ନିୟୋଜିତ ଲୋକ କରୋନା ପଜିଟିଭ୍ ବାହାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆ ଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଉକ୍ତ ଗ୍ରାମଗୁଡିକୁ ବାରିକେଟେ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.