Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ୧୦ଟି ଗାଁକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା

28/06/2020 at 11:52 AM

ପାଟଣା ୨୮।୦୬: ସାରା ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପଞ୍ଚାୟତ ୧୦ଟି ଗାଁକୁ ୪୮ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ । ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଡୁମୁରିଆ ପଞ୍ଚାୟତର୧୦ ଗାଁକୁ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ପାଟଣା ବ୍ଲକ୍‌ ଡୁମିରିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତି ନାଏକ ଏହି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପଞ୍ଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରର ନିର୍ମିତ ସଙ୍ଗରୋଧ କେନ୍ଦ୍ରରୁ ଜଣେ ପିଜେଟିଭ ଚିହ୍ନଟ ପରେ ସରପଞ୍ଚ ପଦକ୍ଷେପ ନେଇ ୧୦ ଟି ଗ୍ରାମ କୁ ସଟ୍‌ଡ଼ାଉନ୍‌ ଘୋଷଣା କରିଛନ୍ତି। ପଞ୍ଚାୟତ ଅଞ୍ଚଳରେ ସମସ୍ତ ହାଟ ବଜାରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସଟ୍‌ଡାଉନ୍‌ ସମୟରେ କେବଳ ଜରୁରୀ କାଳୀନ ସେବାକୁ ବାଦ ଦେଲେ ଅନ୍ୟ ଯିଏ ନିୟମକୁ ଅମାନ୍ୟ କରିବା , ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରପଞ୍ଚ ସୂଚନା ଦେଇଛନ୍ତି । ସରପଞ୍ଚଙ୍କ ଏପରି ପଦକ୍ଷେପକୁ ପଞ୍ଚାୟତ ବାସୀ ସ୍ୱାଗତ କରିଛନ୍ତି।

   Related Posts