Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଉତ୍ତରାଖଣ୍ଡରେ ୧୩ ପର୍ବତାରୋହୀଙ୍କ ମୃତ୍ୟୁ: ପିଣ୍ଡାରି ଗ୍ଲାସିଅରରୁ ୪ ଜଣଙ୍କ ମୃତଦେହ ଉଦ୍ଧାର

21/10/2021 at 2:45 PM

ଡେରାଡୁନ ୨୧/୧୦ : ଉତ୍ତରାଖଣ୍ଡର ହିମାଳୟ ଅଞ୍ଚଳରେ ପ୍ରବଳ ତୁଷାରପାତ ହେତୁ ୧୨ ଜଣ ଟ୍ରେକର ଏବଂ ପୋର୍ଟର ପ୍ରାଣ ହରାଇଥିବା ଜଣାଯାଇଛି। ତିନୋଟି ଭିନ୍ନ ଭିନ୍ନ ଘଟଣାରେ ଏପର୍ଯ୍ୟନ୍ତ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବାଗେଶ୍ୱରର ପିଣ୍ଡାରି ଗ୍ଲାସିଅରରୁ ଟ୍ରେକିଂ କରୁଥିବା ୩୪ ସଦସ୍ୟ ଟିମର ଚାରି ଜଣଙ୍କର ତୁଷାରପାତରେ ମୃତ୍ୟୁ ହୋଇଛି। ତେବେ ଏହି ଦଳର ଅନ୍ୟ ସମସ୍ତ ସଦସ୍ୟ ସୁରକ୍ଷିତ ଥିବା କୁହାଯାଉଛି। ଏହା ଛଡା ଉତ୍ତରାକାଶୀରେ ହର୍ଷିଲ ଏବଂ ହିମାଚଳ ପ୍ରଦେଶ ମଧ୍ୟରେ ନିଖୋଜ ହୋଇଯାଇଥିବା ୧୧ ଟ୍ରେକରଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ସ୍ପଟ କରାଯାଇଛି। କୁହାଯାଉଛି ଯେ ଅକ୍ଟୋବର ୧୭ ତାରିଖରୁ ଦିଲ୍ଲୀ ଏବଂ ବଙ୍ଗଳାର ୧୧ ଜଣିଆ ଟ୍ରେକର ଟିମ ନିଖୋଜ ଥିଲେ। ଅପରପକ୍ଷରେ ଅକ୍ଟୋବର ୧୭ ରେ ଆଇଟିବିପି ପାଟ୍ରୋଲିଂ ପାର୍ଟି ସହ ଯାଇଥିବା ତିନିଜଣ ନିଖୋଜ ପୋର୍ଟରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହିମାଳୟର ତୁଷାରପାତରେ ଏପର୍ଯ୍ୟନ୍ତ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଏହା ପୂର୍ବରୁ ଜଣାପଡିଥିଲା ଯେ ଆଇଟିବିପିର ଏକ ପାଟ୍ରୋଲିଂ ଟିମ ସହ ଯାଇଥିବା ଓ ନିଖୋଜ ହୋଇଯାଇଥିବା ୩ ପୋର୍ଟରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ସମୟରେ ପ୍ରବଳ ତୁଷାରପାତରେ ଆଇଟିବିପି ଯବାନ କୌଣସି ପ୍ରକାରେ ନିଜକୁ ସୁରକ୍ଷିତ ଭାବରେ ବଞ୍ଚାଇବାରେ ସଫଳ ହୋଇଥିଲେ, କିନ୍ତୁ ଦଳର ତିନିଜଣ ପୋର୍ଟର୍ ତୁଷାରପାତରେ ଚାପି ହୋଇ ପ୍ରାଣ ହରାଇଛନ୍ତି। ସର୍ଚ୍ଚ ଅପରେସନରେ ୩ ଦିନ ପରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

   Related Posts