ପଶ୍ଚିମବଙ୍ଗ ହିଂସାର ପ୍ରଭାବ, ହାଓ୍ବଡାରୁ ଓଡିଶା ୧୦ଟି ଟ୍ରେନ୍ ବାତିଲ

Published By : Prameya-News7 Bureau | December 15, 2019 IST

ଭୁବନେଶ୍ବର ୧୫।୧: ନାଗରିକତା ସଂଶୋଧନ ଆଇନ ବିରୋଧରେ ପଶ୍ଚିମବଙ୍ଗରେ ନିଆଁ ଜଳୁଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଓଡିଶାକୁ ଓ ଓଡିଶା ମଧ୍ୟଦେଇ ଯାତ୍ରା କରୁଥିବା ଟ୍ରେନ୍ ପ୍ରଭାବିତ ହୋଇଛି । ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓ୍ବଡ଼ା ରେଳ ସେକ୍ସନ୍ ମଧ୍ୟରେ ଥିବା ଷ୍ଟେସନ୍ ଗୁଡ଼ିକରେ ଉତ୍ତେଜନା ଲାଗି ରହିଥିବାରୁ କେତେକ ଟ୍ରେନ୍ ବାତିଲ ହୋଇଥିବା ବେଳେ, ଆଉ କେତେକ ଟ୍ରେନ୍ ର ଗତିପଥ ବଦଳାଇ ଦିଆଯାଇଛି ।

ହାଓ୍ବଡ଼ାରୁ ବାତିଲ ହୋଇଥିବା ଟ୍ରେନ୍ ଗୁଡିକ ହେଲା-ହାଓ୍ବଡ଼ା-ତିରୁପତି ହମସଫର୍ ଏକ୍ସପ୍ରେସ, ହାଓ୍ବଡ଼ା-ଏର୍ଣ୍ଣାକୁଲମ ଅନ୍ତଦ୍ୱୟ ଏକ୍ସପ୍ରେସ, ହାଓ୍ବଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ହାଓ୍ବଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ, ହାଓ୍ବଡ଼ା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ, ହାଓ୍ବଡ଼ା-ପୁନେ ଦୁରନ୍ତ ଏକ୍ସପ୍ରେସ, ହାଓ୍ବଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ୍ ।

ସେହିପରି ପୁରୀରୁ ବାତିଲ ହେଉଥିବା ଟ୍ରେନଗୁଡିକ ହେଲା ପୁରୀ-ଦିଘା ଏକ୍ସପ୍ରେସ, ପୁରୀ-ସଂତ୍ରାଗାଛି ପାସେଞ୍ଜର, ପୁରୀ-ଖୋର୍ଦ୍ଧା ରୋଡ୍ ପାସେଞ୍ଜର । ପୁରୀରୁ ଛାଡିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓ୍ବଡ଼ା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ, ଖଡ଼ଗପୁର ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ । ସେହିପରି ଶନିବାର ଭୁବନେଶ୍ବରରୁ ଛାଡିଥିବା ଜନ ଶତାବ୍ଦୀ ଏକ୍ସପ୍ରେସ୍ ହାଓ୍ବଡ଼ା ପରିବର୍ତ୍ତେ ମେଛେଦା ଠାରୁ ଫେରିବ ଓ ମେଛେଦା ଓ ହାଓ୍ବଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.